ମୟୂରଭଞ୍ଜ : ଦୁଇଟି କଲରାପତରିଆ ବାଘଛାଲ ସହ ଦୁଇ ଗିରଫ

ମୟୂରଭଞ୍ଜ(ବିଶ୍ୱଜିତ୍ ମହାନ୍ତି) : ବେତନଟୀ ଥାନା ଅଧୀନ 18ନଂ ଜାତୀୟ ରାଜପଥ ପାର୍ଶ୍ଵ ରାଗ୍ଧା କଲେଜ ନିକଟରୁ ବେତନଟୀ ବନବିଭାଗ ଏବଂ ସ୍ପେଶାଲ ଟାସ୍କଫୋର୍ସର ଏକ ଟିମ 5 ତାରିଖ ରାତିରେ ଚଢ଼ାଉ କରି ଦୁଇ ଅଭିଯୁକ୍ତକୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘଛାଲ ଜବତ କରାଯାଥିଲା l ତେବେ ଦୁଇ ଅଭିଯୁକ୍ତଙ୍କୁ ବୁଧବାର ରାତି ତମାମ ପଚରାଉଚରା ସହିତ ଏହି ବେଆଇନ ବନ୍ୟପ୍ରାଣୀଙ୍କ ଶିକାର କରି ଚୋରା ଚାଲାଣରେ ସମ୍ପୃକ୍ତ ଅନ୍ୟାନ୍ୟ ଅଭିଯୁକ୍ତ ମାନଙ୍କ ବିଷୟରେ ଜାଣିବା ପରେ ଗୁରୁବାର ସକାଳେ ପ୍ରେସ ରିଲିଜ ମାଧ୍ୟମରେ ଜଣାଯାଇଥିଲା l ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ଖୁଣ୍ଟା ଥାନା ଅଧୀନ କୁଆମରା ଗ୍ରାମର ବୀରେନ୍ଦ୍ର ମହାନ୍ତିଙ୍କ ପୁଅ ପ୍ରଶାନ୍ତ ମହାନ୍ତି ଏବଂ ବଡ଼ସାହି ଥାନା ଅଧୀନ ବାଲିଯୋଡ଼ା ଗ୍ରାମର ସ୍ବର୍ଗତଃ ଶୁନା ବିନ୍ଧାଣୀର ପୁଅ ଗୋରା ବିନ୍ଧାଣି l ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଏସଟିଏଫ ଏବଂ ବେତନଟୀ ରେଞ୍ଜର ଏକ ଟିମ ସଦଳବଳେ ଚଢ଼ାଉ କରିଥିଲେ l ସେମାନଙ୍କ ନିକଟରୁ ଦୁଇଟି ଭିନ୍ନ ଆକାରର କଲରାପତରିଆ ବାଘଛାଲ ଜବତ କରାଯାଇଥିଲା l ଏନେଇ ଦୁଇ ଅପରାଧୀଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ବେତନଟୀ ବନବିଭାଗ l ଜବତ କଲରାପତରିଆ ବାଘ ଚମଡା ଗୁଡିକର ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ଡେରାଡୁନସ୍ଥିତ ୱାଇଲଡ ଲାଇଫ ଇନ୍ଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ପଠାଇ ଦିଆଯାଇଛି l

Comments are closed.