ତୁର୍କୀ ଭୂମିକମ୍ପ , ୨୬ ହାଜର ଟପିଲା ମୃତ୍ୟୁ ସଂଖ୍ୟା

ଇସ୍ତାନବୁଲ: ତୁର୍କୀ ଓ ସିରିୟାରେ ଆସିଥିବା ପ୍ରଳୟଙ୍କରୀ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ଆଜି ୨୬ ହଜାର ଅତିକ୍ରମ କରିଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାରୀ ଦଳ ପୀଡ଼ିତଙ୍କୁ ବଞ୍ଚାଇବା ପାଇଁ ଅଭିଯାନ ଜାରି ରଖିଥିବା ବେଳେ ଉଭୟ ରାଷ୍ଟ୍ରରେ ଭାରତ ସରକାରଙ୍କ ପକ୍ଷରୁ ଚାଲିଥିବା ଉଦ୍ଧାର ଓ ରିଲିଫ୍‌ ଅଭିଯାନ ‘ଅପରେସନ ଦୋସ୍ତ’ ତ୍ବରାନ୍ବିତ ହୋଇଛି। ଭାରତରୁ ଯାଇଥିବା ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଅହରହ ନିୟୋଜିତ ରହିଛନ୍ତି ଏବଂ ବରଫପାତ ଭିତରେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭାରତ ସମେତ ୬୦ରୁ ଅଧିକ ରାଷ୍ଟ୍ରର ଉଦ୍ଧାରକାରୀ ଦଳ ଲୋକଙ୍କୁ ଜୀବିତ ଉଦ୍ଧାର କରିବା ପାଇଁ ସବୁ ଶକ୍ତି ଲଗାଇ ଦେଇଛନ୍ତି। ସବୁଠି ଭୂକମ୍ପଜନିତ ଧ୍ବଂସଲୀଳ ଭିତରେ ଥଣ୍ଡା, ଭୋକ ଓ ହତାଶାରେ ଲୋକେ ଛଟପଟ ହେଉଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍‌ରସ ଆଧନୋମ ଗେବ୍ରେୟେସସ୍‌ ସିରିୟାର ଭୂକମ୍ପ ପ୍ରଭାବିତ ଆଲେପୋ ସହରରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ଆଜି ହୁଁ ମୁଖ୍ୟ ଜାତିସଂଘ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକ କରି ସିରିୟାକୁ ଅଧିକ ସହାୟତା ପ୍ରଦାନ ଉପରେ ଗୁରୁତ୍ବାରୋପ କରିଛନ୍ତି।

ଓ ଅଷ୍ଟ୍ରିଆର ଉଦ୍ଧାରକାରୀ ଦଳକୁ ଟାର୍ଗେଟ୍‌ କରିବା ପରେ ଜର୍ମାନୀ ତା’ର କାର୍ଯ୍ୟ ବନ୍ଦ ରଖିଛି। ପ୍ରଭାବିତ ଅଞ୍ଚଳରେ ଲୁଟ୍‌ପାଟ ମଧ୍ୟ ଆଉ ଏକ ସମସ୍ୟା ଭାବେ ଦେଖାଦେଇଛି। ସରକାର ସୁରକ୍ଷା ବାହିନୀକୁ ଲୁଟେରାଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତୁର୍କୀ ଉପ ରାଷ୍ଟ୍ରପତି ଫୁଆତ ଓକ୍‌ତାୟ ଆଜି କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୬୦ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। କେତେକ ବିଶାଳ ଆପାର୍ଟମେଣ୍ଟ ମାଟିରେ ମିଶିଯାଇଥିବାରୁ କାଁ ଭାଁ କିଛି ଲୋକଙ୍କୁ ଛାଡ଼ିଦେଲେ ସମଗ୍ର ସୋସାଇଟି ମୂଳପୋଛ ହୋଇଯାଇଛି। କେତେକ ସ୍ଥାନରେ ବିଶାଳ ଧ୍ବଂସାବଶେଷ ତଳେ ଲୋକେ ଆଉ ଜୀବିତ ନଥିବା ଆଶଙ୍କା ଉପୁଜିଛି। ଯେଉଁଠି ଜୀବନର ସନ୍ଧାନ ଜଣାପଡ଼ୁଛି ସେହି ଅଞ୍ଚଳ ଉପରେ ଅଧିକ ଫୋକସ୍‌ କରାଯାଉଛି। ୪୦ ହଜାରରୁ ଅଧିକ ଉଦ୍ଧାରକାରୀ ସଦସ୍ୟ ନିୟୋଜିତ ଅଛନ୍ତି।

ନିଖୋଜ ଭାରତୀୟଙ୍କ ଶବ ଉଦ୍ଧାର
ତୁର୍କୀର ଆନାଟୋଲିଆ ଅଞ୍ଚଳର ଭୂକମ୍ପ ପ୍ରଭାବିତ କ୍ଷେତ୍ରରୁ ଆଜି ନିଖୋଜ ଭାରତୀୟ ବିଜୟ କୁମାର ଗୌଡ଼ଙ୍କ ଶବ ଉଦ୍ଧାର କରାଯାଇଛି। ଏକ ହୋଟେଲର ଧ୍ବଂସାବଶେଷ ତଳୁ କେତେକ ଶବ ଉଦ୍ଧାର ‌କରାଯାଇଥିବା ବେଳେ ସେଥିରେ ବିଜୟଙ୍କ ଶବ ଥିବା ଚିହ୍ନଟ କରାଯାଇଛି। ଉତ୍ତରାଖଣ୍ଡର ପୌଡ଼ି ଗଡ଼ୱାଲ ଜିଲ୍ଲାର ବିଜୟ ବେଙ୍ଗାଲୁରୁର ଏକ କମ୍ପାନିରେ କାମ କରୁଥିଲେ। କିଛିଦିନ ତଳେ ସେ ବିଜିନେସ୍‌ ଟ୍ରିପ୍‌ରେ ତୁର୍କୀ ଯାଇଥିଲେ। ଗତ ୬ ତାରିଖର ଭୂକମ୍ପ ପରଠାରୁ ନିଖୋଜ ଥିଲେ। ଉଦ୍ଧାରକାରୀ ଦଳ ‘ଅଭ୍‌ସାର’ ହୋଟେଲ୍‌ର ଧ୍ବଂସସ୍ତୂପ ଭିତରୁ ତାଙ୍କ ଶବ ଉଦ୍ଧାର କରିଛନ୍ତି। ପରିବାର ସଦସ୍ୟମାନେ ଶବ ଚିହ୍ନଟ କରିଥିଲେ।

Comments are closed.