ଟ୍ରମ୍ପଙ୍କ ବଡ ନିଷ୍ପତ୍ତି, ଜାଣନ୍ତୁ କଣ

ୱାଶିଂଟନ: ଆମେରିକୀୟମାନେ ତାଙ୍କୁ ଭଲ ରୂପେ ଚିହ୍ନନ୍ତି, ତେଣୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରତିଦ୍ବନ୍ଦ୍ବୀମାନଙ୍କ ସହିତ ସର୍ବସାଧାରଣରେ ଯୋଗ ଦେବା ଅନାବଶ୍ୟ କହି ରବିବାର ଦିନ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଚଳିତ ସପ୍ତାହର ପ୍ରଥମ ‘ରିପବ୍ଲିକାନ୍‌ ପ୍ରେସିଡେନ୍‌ସିଆଲ୍‌ ଡିବେଟ୍‌’ରେ ଯୋଗ ଦେବାକୁ ମନା କରିଦେଇଛନ୍ତି ।

ନିଜସ୍ବ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ‘ଟ୍ରୁଥ୍‌ ସୋସିଆଲ୍‌’ରେ ପୋଷ୍ଟ୍‌ କରିଥିବା ବାର୍ତ୍ତାରେ ଟ୍ରମ୍ପ୍‌ ପରୋକ୍ଷଭାବେ ସୂଚନା ଦେଇ କହିଛନ୍ତି ଯେ ଜଣେ ରାଷ୍ଟ୍ରପତି ଭାବେ ସେ ସଫଳ ରେକର୍ଡ ହାସଲ କରିଛନ୍ତି। ତାହାହିଁ ଆମେରିକୀୟମାନଙ୍କ ମଧ୍ୟରେ ତାଙ୍କ ଲୋକପ୍ରିୟତାର ନିଦର୍ଶନ।

ତେଣୁ, ମୁଁ ବିତର୍କରେ ଅଂଶ ଗ୍ରହଣ କରିବି ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ‘୨୦୨୪ ରିପବ୍ଲିକାନ୍‌ ପ୍ରେସିଡେନ୍‌ସିଆଲ୍‌ ନୋମିନେସନ୍‌’ ପ୍ରତିଦ୍ବନ୍ଦ୍ବିତା ନିମନ୍ତେ ପ୍ରଥମ ବିତର୍କ ପ୍ରଥମ ବିତର୍କ ବୁଧବାର ଦିନ ୱିସ୍‌କନ୍‌ସନ୍‌ର ମିଲ୍‌ୱାକିରେ ହେବ ବୋଲି ସ୍ଥିର କରାଯାଇଛି।

Comments are closed.