କଂଗ୍ରେସର ନୂଆ ଟିମ୍ ସ୍ଥାନ ପାଇଲେ ଥରୁର , ପାଇଲଟ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି ଦଳର ନୂଆ କାର୍ଯ୍ୟକାରିଣୀ ଗଠନ କରିଛନ୍ତି। କଂଗ୍ରେସ କାର୍ଯ୍ୟକାରିଣୀ ବା ସିଡବ୍ଲୁସିରେ ମଲ୍ଲିକାର୍ଜୁନଙ୍କ ସହିତ ପୂର୍ବତନ ସଭାପତି ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ଅନେକ ବରିଷ୍ଠ ନେତା ସାମିଲ ହୋଇଛନ୍ତି। ଦଳ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ସିଡବ୍ଲୁସିରେ ମୋଟ ୮୪ ଜଣଙ୍କ ନାମ ରହିଛି। ସେମାନଙ୍କ ମଧ୍ୟରୁ ୩୯ ଜଣ ସିଡବ୍ଲୁସି ସଦସ୍ୟ, ୩୨ ଜଣ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ଓ ୧୩ ଜଣ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ ରହିଛନ୍ତି।

୩୯ ସଦସ୍ୟଙ୍କ ମଧ୍ୟରେ ସ୍ଥାନ ପାଇଥିବା ଅନ୍ୟ ନେତାମାନେ ହେଲେ ଅଧୀର ରଂଜନ ଚୌଧୁରୀ, ଏକେ ଆଣ୍ଟୋନି, ଅମ୍ବିକା ସୋନି, ମୀରା କୁମାର, ଦିଗ୍‌ବିଜୟ ସିଂହ, ପି ଚିଦମ୍ବରମ, ତରିକ ଅନୱର, ଲଲଥନହାୱଲା, ମୁକୁଲ ୱାସନିକ, ଆନନ୍ଦ ଶର୍ମା, ଅଶୋକରାଓ ଚୌହାନ, ଅଜୟ ମାକେନ, ଚରଣଜିତ ସିଂହ ଚନ୍ନି, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଶୈଳଜା, ଗାୟଖଙ୍ଗମ, ଏନ୍‌ ରଘୁବୀରା ରେଡ୍ଡୀ, ଶଶୀ ଥରୁର, ତ‌ାମ୍ରଧ୍ବଜ ସାହୁ, ଅଭିଷେକ ମନୁ ସିଂଘଭି, ସଲମାନ ଖୁର୍ସିଦ, ଜୟରାମ ରମେଶ, ଜିତେନ୍ଦ୍ର ସିଂହ, ରଣଦୀପ ସିଂହ ସୂର୍ଯ୍ୟେୱାଲା, ସଚିନ ପାଇଲଟ, ଦୀପକ ବାବରିୟା, ଜଗଦୀଶ ଠାକରେ, ଜିଏ ମୀର୍‌, ଅବିନାଶ ପାଣ୍ଡେ, ଦୀପା ଦାସ ମୁନଶୀ, ମହେନ୍ଦ୍ରଜିତ୍‌ ସିଂହ ମାଲବୀୟ, ଗୌରବ ଗୋଗୋଇ, ସୟେଦ ନସିର ହୁସେନ, କମଳେଶ୍ବର ପଟେଲ ଏବଂ କେସି ବେଣୁଗୋପାଳ।

ମହିଳା କଂଗ୍ରେସ ଓ ସେବା ଦଳର ମୁଖ୍ୟମାନଙ୍କୁ ମଧ୍ୟ ଏକ୍ସ ଅଫିସିଓ ସଦସ୍ୟ ଘୋଷଣା କରାଯାଇଛି। ଆଗକୁ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବା ବେଳେ ସଚିନ ପାଇଲଟଙ୍କୁ ବଡ଼ ଦାୟିତ୍ବ ମିଳିଛି। ଗତବର୍ଷ ଅକ୍ଟୋବରରେ ଖଡ଼ଗେ ଦଳର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ନୂଆ ସଭାପତି ହେବାର ପ୍ରାୟ ୧୦ ମାସ ପରେ ସେ ନୂଆ କାର୍ଯ୍ୟକାରିଣୀ ଘୋଷଣା କରିଛନ୍ତି। ୩୯ ସଦସ୍ୟଙ୍କ ମଧ୍ୟରେ ୩ ଜଣ ସଦସ୍ୟଙ୍କ ବୟସ ୫୦ ବର୍ଷରୁ କମ୍ ରହିଛି। ସେମାନେ ହେଲେ ସଚିନ ପାଇଲଟ, ଗୌରବ ଗୋଗୋଇ ଏବଂ କମଳେଶ୍ବର ପଟେଲ।

Comments are closed.