ରାଷ୍ଟ୍ରପତି ପ୍ରାର୍ଥୀ ହେବେକୁ ନେଇ ଏମିତି କହିଲେ ଟ୍ରମ୍ପ

ୱାସିଂଟନ୍‌: ୨୦୨୪ ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ହେବା କଥା ଆସନ୍ତା ସପ୍ତାହରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଘୋଷଣା କରି ପାରନ୍ତି ବୋଲି ତାଙ୍କର ନିବିଡ଼ ସହଯୋଗୀ ତଥା ପୁରୁଣା ଉପଦେଷ୍ଟା ଜେସନ୍‌ ମିଲର୍‌ ଶୁକ୍ରବାର ଦିନ ‘ଷ୍ଟିଫେନ୍‌ ବ୍ୟାନନ୍‌’ଙ୍କ ରେଡିଓ ସୋ’ରେ କହିଛନ୍ତି।

ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ମଙ୍ଗଳବାର ଦିନ ରାଷ୍ଟ୍ରପତି ଟ୍ରମ୍ପ୍‌ ଘୋଷଣା କରିବେ। ଏହା ହେବ ଅତ୍ୟନ୍ତ ଔପଚାରିକ ଓ ସୁବିବେଚିତ ଘୋଷଣା କରାଯିବ ବୋଲି ‘ୱାର୍‌ ରୁମ୍‌’ ଶୀର୍ଷକ ରେଡିଓ ସୋ’ରେ ମିଲର୍‌ କହିଛନ୍ତି।

ସେ କହିଛନ୍ତି ଯେ, ସେଦି‌ନ ପୂର୍ବାହ୍ନରେ ସେ ଟ୍ରମ୍ପ୍‌ଙ୍କଠାରୁ ଖବର ପାଇଥିଲେ। ଦ୍ବିତୀୟ ଥର ଲାଗି ରାଷ୍ଟ୍ରପତି ହେବା ପାଇଁ ଥିବା ତାଙ୍କର ଅଭିଳାଷ ଉପରେ ସନ୍ଦେହ କରାଯିବା ଅନୁଚିତ ବୋଲି ସେ ପୁଣି ଥରେ କହିଛନ୍ତି।

Comments are closed.