ପୁଣି ଟୁଇଟରକୁ ଫେରିଲେ ଟ୍ରମ୍ପ
ସାନ୍ ଫ୍ରାନ୍ସିସ୍କୋ: ୨୦୨୧ରେ ଜାନୁଆରି ୬ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା କ୍ୟାପିଟଲ୍ ଆକ୍ରମଣ ଘଟଣାରେ ସମ୍ପୃକ୍ତି ଯୋଗୁଁ ଟ୍ରମ୍ପ୍ଙ୍କ ‘ଟୁଇଟର୍’ ଆକାଉଣ୍ଟ୍ ନିଷିଦ୍ଧ କରାଯାଇଥିଲା। ୨୦୨୦ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ବାତିଲ କରାଇବା ନିମନ୍ତେ ଟ୍ରମ୍ପ୍ଙ୍କ ଉତ୍ତ୍ୟକ୍ତ ସମର୍ଥକମାନେ ‘କ୍ୟାପିଟଲ୍’ ଆକ୍ରମଣ କରିଥିଲେ।
ଟ୍ରମ୍ପ୍ଙ୍କ ଅଚଳ ଆକାଉଣ୍ଟ୍କୁ ପୁନଃସଚଳ କରାଯିବା କଥା କି, ନୁହେଁ- ଏଥିପାଇଁ ଏଲନ୍ ମସ୍କ୍ ୨୪ଘଣ୍ଟିଆ ଜନମତ ଲୋଡିଥିଲେ। ଏହି ଜନମତରେ ଟ୍ରମ୍ପ୍ ସ୍ବଳ୍ପ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
ଜନମତ ଶେଷ ହେବାର ଅଳ୍ପ ସମୟ ପରେ ମସ୍କ୍ ଟୁଇଟ୍ କରି ପୁଣି ଲେଖିଛନ୍ତି, ଜନ ସମର୍ଥନ ମିଳିଛି। ଟ୍ରମ୍ପ୍ଙ୍କୁ ପୁନଃସଂସ୍ଥାପନ କରାଯିବ। ‘ଭୋକ୍ସ୍ ପପୁଲି ଭୋକ୍ସ ଡେଇ’ ଅର୍ଥାତ୍ ଜନତାଙ୍କ ମତ ଈଶ୍ବରଙ୍କ ମତ।
୨୩୭ ନିୟୁତ ଦୈନନ୍ଦିନ ଟୁଇଟର୍ ବ୍ୟବହାରକାରୀଙ୍କ ମଧ୍ୟରୁ ୧୫ ନିୟୁତ ଜନତା ଟ୍ରମ୍ପ୍ ବିବାଦୀୟ ପ୍ରୋଫାଇଲ୍କୁ ପୁନଃସଂସ୍ଥାପନ କରାଯିବା, ନ ଯିବା ଉପରେ ମତ ଦେଇଥିଲେ। ସେଥରୁ ଟ୍ରମ୍ପ୍ଙ୍କ ସପକ୍ଷରେ ୫୧.୫% ମତ ଦେଇଥିବା ବେଳେ ୪୮.୨% ବିପକ୍ଷରେ ମତ ଦେଇଛନ୍ତି।
Comments are closed.