ସର୍ବ ଭାରତୀୟ ସ୍ତରରେ ୨୦ରୁ ଟ୍ରକ୍ ଧର୍ମଘଟ
ରାଜ୍ୟ ଟ୍ରକ୍ ମାଲିକ ମହାସଂଘର ଦାବିକୁ କେନ୍ଦ୍ର ସରକାର ପୂରଣ ନ କରିବାରୁ ଆସନ୍ତା ୨୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ରକ ବନ୍ଦ ରଖିବା ପାଇଁ ସଂଘ ଘୋଷଣା କରିଛି । ଅଖିଳ ଭାରତୀୟ ମୋଟର ପରିବହନ କଂଗ୍ରେସ ପକ୍ଷରୁ ୨୦ତାରିଖରୁ ଦିଆଯାଇଥିବା ଧର୍ମଘଟ ଡାକରାକୁ ଓଡିଶା ରାଜ୍ୟ ଟ୍ରକ ମାଲିକ ମହାସଂଘ ସମ୍ମତି ଦେଇ ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଚାଲିବ ବୋଲି ଅନୁଗୁଳ ଜିଲ୍ଲା ନାଲକୋନଗର ସ୍ଥିତ ଏନ୍ଇଏସ୍ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିିଳନୀରେ ଘୋଷଣା କରିଛନ୍ତି । ସଂଘ କହିବା ଅନୁସାରେ, ତୈଳ ଦର ହ୍ରାସ, ପେଟ୍ରୋଲ ଡିଜେଲକୁ ଜିଏସ୍ଟି ପରିସରଭୁକ୍ତ, ଜାତୀୟ ରାଜପଥରୁ ଟୋଲ୍ ଗେଟ୍ ଉଚ୍ଛେଦ, ଥାର୍ଡ ପାର୍ଟି ଇନ୍ସୁରାନ୍ସ ପ୍ରିମିୟମ ନବ଼ଢ଼ାଇବା, ଟି.ଡି.ଏସ ଆଦାୟ ବନ୍ଦ ଓ ବନ୍ଦରମାନଙ୍କରେ ସିଧାସଳଖ ମାଲ ପରିବହନ ବ୍ୟବସ୍ଥାର ସରଳୀକରଣ ନ ହେବା ଯାଏଁ ଧର୍ମଘଟ ଚାଲିବ ।
Comments are closed.