ଟ୍ରେମ ଟ୍ରାଜେରି; ମମତାଙ୍କ ବିସ୍ଫୋରକ ବୟାନ, କହିଲେ ଆହୁରି ୩୧ ନିକୋଜ

ଭୁବନେଶ୍ୱର : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରେଳମନ୍ତ୍ରୀ ମମତା ବାନାର୍ଜୀ କଟକ ଡାକ୍ତରଖାନାରେ ପହଞ୍ଚିଛନ୍ତି । ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତମାନଙ୍କୁ ଭେଟିଛନ୍ତି । ଏହି ସମୟରେ ସେ କହିଛନ୍ତି ଯେ ବର୍ତ୍ତମାନ ବିବାଦ କରିବାର ସମୟ ନୁହେଁ । ଆମେ ଚାହୁଁ ଯେ ଯଥାଶୀଘ୍ର ସତ୍ୟ ବାହାରକୁ ଆସିବା ଉଚିତ୍‌ ।

 

ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡିଶା ଏବଂ ପଶ୍ଚିମବଙ୍ଗ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ସେ ମାଗଣା ଚିକିତ୍ସା କରୁଛନ୍ତି । ମୁଁ ଏଠାରେ ୧୦୦ ଆମ୍ବୁଲାନ୍ସ ଏବଂ ୪୦ ଅଧିକାରୀ ପଠାଇଛି । ପଶ୍ଚିମବଙ୍ଗର ୧୦୩ ଟି ମୃତଦେହ ଚିହ୍ନଟ କରାଯାଇଛି ଏବଂ ୯୭ ଜଣଙ୍କର ଚିକିତ୍ସା ଚାଲିଛି । ୩୧ ଜଣ ନିଖୋଜ ଅଛନ୍ତି । ଯେଉଁମାନଙ୍କର ହାତ ଏବଂ ପାଦ କାଟି ଯାଇଛି ଆମେ ସେମାନଙ୍କୁ ଚାକିରି ଦେବୁ । ଏହା ସହିତ ମୃତକଙ୍କ ସମ୍ପର୍କୀୟଙ୍କୁ ଚାକିରି ମଧ୍ୟ ଦିଆଯିବ । ସିବିଆଇର ତଦନ୍ତ ଉପରେ କିଛି କହିବାର ନାହିଁ । ଅନେକ ଲୋକ ମରିଛନ୍ତି, ସତ୍ୟ ବାହାରକୁ ଆସିବା ଉଚିତ୍‌ । ପରିବାରକୁ ସାହାଯ୍ୟ କରିବାର ବର୍ତ୍ତମାନ ସମୟ ।

Comments are closed.