ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଲକ୍ଷ୍ମୀ ବସ୍ ନାଁ ବଦଳାଯାଇ ରଖାଯିବ ଏହି ନାଁ
ଭୁବନେଶ୍ୱର,୨୯।୬: ଲକ୍ଷ୍ମୀ ବସ୍ ନାଁକୁ ନେଇ ବଡ଼ ଅପ୍ଡେଟ ସାମ୍ନାକୁ ଆସିଛି। ଲକ୍ଷ୍ମୀ ବସ୍ ନାଁ ବଦଳିବ ବୋଲି ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଲକ୍ଷ୍ମୀ ବସ୍ ନାଁ ବଦଳାଇ ମୁଖ୍ୟମନ୍ତ୍ରୀ ବସ୍ ସେବା କରାଯିବ। ଏହା ଅତିଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ରାଜ୍ୟର ପ୍ରତି କୋଣ ଅନୁକୋଣରେ ଗଡ଼ୁଛି ଲକ୍ଷ୍ମୀ ବସ୍ । ପୂର୍ବରୁ ଥିବା ବିଜେଡି ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ତେବେ ଓଡ଼ିଶାରେ ସରକାର ବଦଳିଛି । ତେଣୁ ଯୋଜନା ବି ବଦଳାଯିବାକୁ ଯୋଜନା କରାଯାଇଛି। ଏହାରି ଭିତରେ ଭାଜପା ସରକାର ଲକ୍ଷ୍ମୀ ବସ ନାଁ ପରିବର୍ତ୍ତନ କରିବେ ନାଁ ସେହି ନାଁ ରହିବ ତାହାକୁ ନେଇ ଚର୍ଚ୍ଚା ଚାଲଥିବା ବେଳେ ଆଜି ଏହାକୁ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
Comments are closed.