ଝାଡ଼ଖଣ୍ଡରେ ବଡ଼ ପରିବର୍ତ୍ତନ, ହେମନ୍ତ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ

0

ଝାଡ଼ଖଣ୍ଡ ହାଇକୋର୍ଟ ତଥାକଥିତ ଜମି ଘୋଟାଲା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଶୁକ୍ରବାର ଜାମିନ୍‌ ପ୍ରଦାନ କରିଛନ୍ତି । ଫଳରେ ହେମନ୍ତ ସୋରେନ୍‌ ପୁଣିଥରେ ସକ୍ରିୟ ରାଜନୀତିକୁ ଓହ୍ଲାଇବା ନେଇ ଜଣାପଡ଼ିଛି । ଆଗକୁ ଆସୁଥିବା ବିଧାନସଭା ନିର୍ବାଚନରେ ପ୍ରତିଦ଼୍ବନ୍ଦୀ ଏନ୍‌ଡିଏ ସାମ୍ନାରେ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହେବାକୁ ସେ ରଣନୀତି ପ୍ରସ୍ତୁତ କରିବେ ।

ଜାନୁଆରୀ ୩୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ଼୍ବାରା ଗିରଫ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ ହେମନ୍ତ ସୋରେନ୍‌ । ଦଳର ତୁଙ୍ଗ ନେତା ତଥା ହେମନ୍ତଙ୍କ ବିଶ଼୍ବସ୍ତ ଚମ୍ପାଇ ସୋରେନ୍‌ଙ୍କୁ ଦଳର ଦାୟିତ଼୍ବ ଦେବା ସହ ମୁଖ୍ୟମନ୍ତ୍ରୀ କରିଥିଲେ । ହେମନ୍ତଙ୍କ ଗିରଫଦାରୀ ସମୟରେ ଦଳ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିଲା । ତଙ୍କର ଅନୁପସ୍ଥିତିରେ ପତ୍ନୀ କଳ୍ପନା ସୋରେନ୍‌ ପ୍ରଚାର ମଙ୍ଗ ଧରିଥିଲେ । ୨୦୧୯ ଅପେକ୍ଷା ଦଳ ୨୦୨୪ ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା । ତେବେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସେ ଦଳର ନେତୃତ଼୍ବ ନେବେ ନା ଚମ୍ପାଇଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ ଭାର ନେବେ ସେ ନେଇ ଏବେ ଦଳର ନେତାଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.