ଟ୍ରେନ ଦୁର୍ଘଟଣା; ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ କେନ୍ଦ୍ର ରେଳ ମନ୍ତ୍ରୀ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ଭିଜିଆନଗରମ ଜିଲ୍ଲାର ଦୁଇଟି ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସମ୍ପର୍କୀୟଙ୍କ ପରିବାରକୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ‘ଏକ୍ସ’ ଉପରେ ଏକ ପୋଷ୍ଟରେ ବୈଷ୍ଣବ କହିଛନ୍ତି: “ସମସ୍ତ ଆହତଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସମସ୍ତଙ୍କର ଅାରୋଗ୍ୟ କାମନା କରାଯାଉଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆଘାତଙ୍କ ପାଇଁ ୫୦ହଜାର ଟଙ୍କା ସହାୟତା ରାଶି ଘୋଷନା କରାଯାଇଛି ।

କୋଟାଭାଲାସା ବ୍ଲକର କଣ୍ଟାକାପାଲ୍ଲି ଜଙ୍କସନ ନିକଟରେ ପଲାସା ଏକ୍ସପ୍ରେସ ସହିତ ମୁହାଁମୁହିଁ ହେବା ପରେ ବିଶାଖାପାଟନମ୍-ରାୟଗଡା ଯାତ୍ରୀବାହୀ ଟ୍ରେନର ତିନିଟି କୋଚ୍ ଖସିପଡିଥିଲା। ବିଶାଖାପାଟନମ୍-ରାୟାଗଡା ଟ୍ରେନ୍ ବିଶାଖାପାଟନମ୍ ରୁ ଓଡିଶାର ରାୟାଗଡା ଅଭିମୁଖେ ଯାଉଥିବାବେଳେ ପାଲାସା ଏକ୍ସପ୍ରେସ ଶ୍ରୀକାକୁଲମ୍ ଜିଲ୍ଲାର ପାଲାସା ଠାରୁ ଭିଜିଆନଗରାମ ଅଭିମୁଖେ ଯାଉଥିଲା। ଏହି ସମୟରେ ଦୁର୍ଘଟଣା ଘଟିଥିଲା ।

Comments are closed.