ଟ୍ରେନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟାଙ୍କୁ ନେଇ ମମତା, ଅଶ୍ୱିନ କଥା କଟାକଟି

ଭୁବନେଶ୍ୱର :ବାଲେଶ୍ୱର ଟ୍ରେନ ଟ୍ରାଜେଡିର ମୃତ୍ୟୁସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ୩ ଟ୍ରେନ ମଧ୍ୟରେ ହୋଇଥିବା ଭୟଙ୍କର ଦୁର୍ଘଟଣାରେ ୨୩୮,୨୬୧, ୨୮୮, ୫୦୦ ଓ ହଜାରେ ଲୋକଙ୍କ ମୃତ୍ୟୁ ଘଟିଥିବା ଦାବି ହେବାରେ ଲାଗିଛି।

ସ୍ଥିତି ଏପରି ହୋଇଛି ଯେ ମୃତ୍ୟୁସଂଖ୍ୟାକୁ ନେଇ ବାହାନଗା ଦୁର୍ଘଟଣା ସ୍ଥଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଛି। କ୍ୟାମେରା ଆଗରେ ଦୁଇ ନେତା ଭିନ୍ନଭିନ୍ନ ମୃତ୍ୟୁସଂଖ୍ୟା କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ବାହାନଗାରେ ପହଞ୍ଚି ଆଜି ମୁଖ୍ୟମନ୍ତ୍ରୀ ମମତା ସ୍ଥିତି ଯାଞ୍ଚ କରିଥିଲେ। ସେ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ୫ଶହ ଲୋକ ପ୍ରାଣ ହରାଇଥିବା ଗଣମାଧ୍ୟମକୁ କହିଥିଲେ। ଏହି ସମୟରେ ତାଙ୍କ ପାଖରେ ଛିଡ଼ା ହୋଇଥିବା ଅଶ୍ୱିନୀ ବୈଷ୍ଣବ ଏହାକୁ କାଉଣ୍ଟର କରିଥିଲେ। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ୫ଶହ, ମୃତ୍ୟୁ ସଂଖ୍ୟା ୨୩୮ ବୋଲି ସେ କହିଥିଲେ।

ଏହାର ଜବାବରେ ମମତା କହିଥିଲେ ଯେ ଆହୁରି ୩ଟି ବଗିରେ ମୃତଦେହ ରହିଛି। ତେଣୁ ମୃତ୍ୟୁସଂଖ୍ୟା ୫ ଶହରୁ ଅଧିକ ବୋଲି ସେ ଦୋହରାଇଥିଲେ।

Comments are closed.