ଡ଼ରାଇଲାଣି ଟମୋଟୋ ଫ୍ଲୁ

ନୂଆଦିଲ୍ଲୀ: ଦୁଇ ବର୍ଷରୁ ଅଧିକ ସମୟ ହେଲା କଲବଲ କରୁଛି ମହାମାରୀ କରୋନା। ପୂରା ବିଶ୍ୱ ଏହି ମାରାତ୍ମକ ମହାମାରୀ ସହ କରୁଛି ଲଢ଼େଇ। କରୋନା ମହାମାରୀ ପରେ ମଙ୍କିପକ୍ସ ବିଶ୍ୱବ୍ୟାପୀ ଚିନ୍ତା ବଢ଼ାଇଥିବା ବେଳେ ଏବେ ଏକ ନୂଆ ରୋଗ ବ୍ୟାପିବାରେ ଲାଗିଛି। ହାତ, ପାଦ, ମୁହଁ ରୋଗ (HFMD) ବା ଟମୋଟୋ ଫ୍ଲୁ।

ଏହି ରୋଗ ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି କାରଣ ଏହା ଶିଶୁମାନଙ୍କ ମଧ୍ୟରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଲାନସେଟ୍‌ ପତ୍ରିକାରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ୨୦୨୨ ମେ’ ୬ରେ କେରଳରେ ଟମାଟୋ ଫ୍ଲୁର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା। ସେହିଦିନ ଠାରୁ ବର୍ତ୍ତମାନ ଯାଏ ୮୨ଟି ମାମଲା ସାମ୍ନାକୁ ଆସି ସାରିଲାଣି। ଏହି ରୋଗ ୧ରୁ ୫ ବର୍ଷ ବୟସର ପିଲାମାନଙ୍କୁ ଏବଂ ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ବୟସ୍କମାନଙ୍କୁ ଆକ୍ରାନ୍ତ କରୁଛି।

Comments are closed.