ଆଜି ବାରାଣସୀରୁ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବାରାଣସୀରୁ ଲୋକ ସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ନାମାଙ୍କନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରି ଏକ ଭିଡିଓ ଶେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କାଶୀ ସହ ମୋର ମା-ପୁଅର ସମ୍ପର୍କ ଅଛି। ଆଜି ୧୦ ବର୍ଷ ପରେ, ମୁଁ ଅନୁଭବ କରୁଛି ଯେ ମାତା ଗଙ୍ଗା ମୋତେ କୋଳରେ ନେଇଛନ୍ତି।

ଭିଡିଓ ଶେୟାର କରି ପିଏମ ମୋଦି କ୍ୟାପଶନରେ ଲେଖିଛନ୍ତି, ମୋର କାଶୀ ସହ ସମ୍ପର୍କ ଆଶ୍ଚର୍ଯ୍ୟଜନକ, ଅବିଚ୍ଛେଦ୍ୟ ଏବଂ ଅତୁଳନୀୟ। ଏହା ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ।

ଘାଟିରେ ପୂଜା କରିବା ସହ କାଶୀ କୋତୱାଲ କାଳଭୈରବଙ୍କ ଆଶୀର୍ବାଦ ନେବା ପରେ ପ୍ରଧାନମନ୍ତ୍ରୀ ମୋଦି ଆଜି ନାମାଙ୍କନପତ୍ର ଦାଖଲ କରିବେ। ପ୍ରଧାନମନ୍ତ୍ରୀ ମୋଦି କ୍ରମାଗତ ତୃତୀୟ ଥର ପାଇଁ ବାରାଣସୀ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେ ୨୦୧୪ ଏବଂ ୨୦୧୯ରେ ଏଠାରୁ ନିର୍ବାଚନ ଜିତିଛନ୍ତି। ଏଥର ମଧ୍ୟ ତାଙ୍କର ବିଜୟ ପ୍ରାୟ ନିଶ୍ଚିତ ବୋଲି ବିବେଚନା କରାଯାଉଛି।

Comments are closed.