ଆଜି ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଜଗଦୀପ ଧନଖର

ନୂଆଦିଲ୍ଲୀ: ଆଜି ଦେଶର ୧୪ତମଉପରାଷ୍ଟ୍ରପତି ଭାବେ ଶପଥ ନେବେ ଜଗଦୀପ ଧନଖର। ଦିନ ସାଢେ ବାରଟା ସମୟରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ କାର୍ଯ୍ୟକ୍ରମ। ନୂଆ ଉପରାଷ୍ଟ୍ରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଗତକାଲି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଜଗଦୀପ ଧନଖର ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ଶପଥ ନେବେ। ସେହିପରି ଆଜି ତାଙ୍କୁ ରାଜ୍ୟସଭାର ନୂଆ ଅଧ୍ୟକ୍ଷ ଭାବେ ମଧ୍ୟ ନିଯୁକ୍ତ କରାଯିବ।

ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖର ବିଜୟୀ ହୋଇଥିବା ବେଳେ ବିରୋଧୀ ଦଳର ପ୍ରାର୍ଥୀ ମାର୍ଗେଟ୍ ଅଲଭା ପରାସ୍ତ ହୋଇଥିଲେ।

Comments are closed.