ଆଜି ବିଶ୍ୱ ବେଳାଭୂମି ସଫେଇ ଦିବସ
ଆଜିର ଦିନରେ ସ୍ୱଚ୍ଛ ଭାରତ ମିଶନକୁ ସଫଳ କରିବା ନିମିତ୍ତ ଏକ ପ୍ରୟାସ । ସାମୁଦ୍ରିକ ପରିସଂସ୍ଥାନକୁ ସ୍ୱଚ୍ଛ ରଖିବାର ବାର୍ତ୍ତା ନେଇ ପ୍ରତିବର୍ଷ ସେପ୍ଟେମ୍ବର ୧୭କୁ ସମଗ୍ର ବିଶ୍ୱରେ ବେଳାଭୂମି ସଫେଇ ଦିବସ ଭାବେ ପାଳନ କରାଯାଉଛି । ସାମୁଦ୍ରିକ ପ୍ରଦୂଷଣ ରୋକିବା ପାଇଁ ଉପକୂଳ ଅଞ୍ଚଳର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ବେଳାଭୂମି ସଫେଇ ଦିବସ ଗୁରୁତ୍ୱ ବହନ କରୁଛି ।
ସମୁଦ୍ରକୁ ନିକ୍ଷେପ କରାଯାଉଥିବା ବର୍ଜ୍ୟ ବିଶେଷକରି ପ୍ଲାଷ୍ଟିକ, ଛିଣ୍ଡା ଜାଲ ଓ ଅନ୍ୟାନ୍ୟ କଠିନ ବର୍ଜ୍ୟବସ୍ତୁ ଜଳଚର ଜୀବଙ୍କ ପ୍ରତି ବିପଦ ସୃଷ୍ଟି କରୁଛି । ଏପରିକି ଏହି କଠିନ ବର୍ଜ୍ୟ ପ୍ଲାଷ୍ଟିକ ଯୋଗୁଁ ଜଳଚର ପ୍ରାଣୀଙ୍କ ମୃତ୍ୟୁ ଘଟୁଛି । ବିଷାକ୍ତ ସୂକ୍ଷ୍ମ ପ୍ଲାଷ୍ଟିକ ପଦାର୍ଥ ଖାଉଥିବା ମାଛକୁ ମଣିଷ ଖାଇ ଦୁରାରୋଗ୍ୟରେ ପଡ଼ୁଛନ୍ତି । ସାମୁଦ୍ରିକ ପ୍ରଦୂଷଣ ଯୋଗୁଁ ଜୈବ ବିବିଧତାର ସନ୍ତୁଳନ ବିଗିଡ଼ିବାରେ ଲାଗିଛି ।
ତେଣୁ ସାମୁଦ୍ରିକ ପରିସଂସ୍ଥାନ ସ୍ୱଚ୍ଛ ରଖିବାକୁ ବେଳାଭୂମି ସଫେଇ ସହ ଏକକ ବ୍ୟବହାର ଯୁକ୍ତ ପ୍ଲାଷ୍ଟିକ ବ୍ୟବହାର ଉପରେ ପରିବେଶବିତତ ଗୁରୁତ୍ୱାରୋପ କରିଛନ୍ତି । ତେଣୁ ଏହି ଦିନରେ କେବଳ ଆମ ବେଳଭୂମି ନୁହଁ ଆମ ଆଖ ପାଖର ପରିବେଶକୁ ସଫା ସୁତରା ରଖିବା ସହିତ ରୋଗ ଦାଉରୁ ନିଜକୁ ଓ ଆମ ଆଗାମୀ ପିଢ଼ିକୁ ରକ୍ଷା କରିବାର ସପଥ ନେବା ଆବଶ୍ୟକ ।
Comments are closed.