ଆଜି ହେଉଛି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ନିଆରା ପରମ୍ପରା ଫୁଷପୁନି ବା ରାଜାଭିଷେକ ପର୍ବ
ବଲାଙ୍ଗୀର(ଶମ୍ଭୁ ପ୍ରସାଦ ସାହୁ) – ଭଗବାନ ରାମଚନ୍ଦ୍ର ୧୪ ବର୍ଷ ବନବାସ ସାରି ଦିପାବଳୀରେ ଅଯୋଧ୍ୟାକୁ ଫେରିଥିଲେ । କିନ୍ତୁ ଆଜିର ଦିନରେ ଭଗବାନ ରାମଚନ୍ଦ୍ର ରାଜା ହେବାପାଇଁ ରାଜାଭିଷେକ କରାଯାଇଥିଲା ଏବଂ କୃଷକମାନେ ନିଜର କଷ୍ଟରେ ଉପାର୍ଜିତ ଫସଲ ଘରେ ପରିପୂର୍ଣ୍ଣ କରି ରଖି ବର୍ଷ କର ଚାଷକାମର କଷ୍ଟକୁ ଭୁଲିବା ପାଇଁ ଏହି ପର୍ବକୁ ପଶ୍ଚିମ ଓଡ଼ିଶା କୃଷକ ପରିବାରରେ ଖୁବ ଧୂମଧାମରେ ପାଳନ କରାଯାଇଥାଏ । ସେଥିପାଇଁ ଏହି ପର୍ବ କୁ ଫୁଷପୁନି ବା ରାଜାଭିଷେକ ପର୍ବ ବୋଲି କୁହାଯାଇଥାଏ । ଏହି ଦିନ ପ୍ରତ୍ୟେକ କୃଷକ ଘରେ ବିଭିନ୍ନ ପ୍ରକାର ପିଠାପଣା ଓ ଖିରିପୁରି କରିଥାନ୍ତି ଓ ଭୋଜି ଭାତରେ ମସଗୁଲ ହୋଇଥାନ୍ତି । ଅପରପକ୍ଷରେ ସକାଳୁ ସକାଳୁ ଗାଁ ର ଚାଷି ପୁଅଝିଅ ମାନେ ସାଙ୍ଗ ସାଥି ହୋଇ ଖୁସି ମନରେ ଘର ଘର ବୁଲି ଛେଳ ଛେରଛେରା ଇ ଘରବୁଢୀ କାହିଁ ଗଲା କୁଣ୍ଡା ଖାଇ ଖାଇ ଛେରେଇ ହେଲା ବୋଲି ନାରାଦେଇ ଧାନ, ଚାଉଳ ଓ ଟଙ୍କା ମାଗିଥାନ୍ତି ଓ ସେହି ଟଙ୍କାରେ ଗାଁ ର ନଦୀ ଘାଟରେ ଭୋଜି ଭାତ କରି ମଜା ମସଗୁଲ କରିଥାନ୍ତି ।
Comments are closed.