ଆଜି ଦିନିକିଆ ବିଶ୍ୱକପରେ ଭାରତ ଇଂଲଣ୍ଡ ଲଢେଇ

ନୂଆଦିଲ୍ଲୀ : ଆଇସିସି ବିଶ୍ୱକପ୍ ୱାର୍ମଅପ୍ ମ୍ୟାଚରେ ଆଜି ଇଂଲଣ୍ଡକୁ ଭେଟିବ ଭାରତ । ମ୍ୟାଚରେ ଉଭୟ ଦଳ ନିଜନିଜର ଶ୍ରେଷ୍ଠ ଏକାଦଶ ସହ ମଇଦାନକୁ ଓହ୍ଲାଇ ବିଶ୍ୱକପ୍ ପ୍ରସ୍ତୁତିକୁ ମଜଭୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ମ୍ୟାଚଟି ଗୌହାଟୀରେ ଖେଳାଯିବ । ଏସିଆ କପ୍ ସହ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ଜିତିବା ପରେ ଭଲ ଲୟରେ ରହିଛନ୍ତି ରୋହିତ୍ ବାହିନୀ । ସେହିପରି ଇଂଲଣ୍ଡ ମଧ୍ୟ ନ୍ୟୁଜିଲାଣ୍ଡ ଓ ଆୟରଲାଣ୍ଡ ବିପକ୍ଷ ସିରିଜ୍ ଜିତିଛି । ୱାର୍ମଅପରେ ଭାରତର ବ୍ୟାଟିଂ ଉପରେ ରହିବ ସମସ୍ତଙ୍କ ନଜର ।

ରୋହିତଙ୍କ ସହ ଶୁବମନ୍ ଗିଲ ଓପନ୍ କରିବେ । ମଧ୍ୟକ୍ରମରେ ବିରାଟ କୋହଲି, ରାହୁଲ ଓ ଆୟରଙ୍କୁ ସୁଯୋଗ ଦେଇପାରେ ଦଳ । ବୋଲିଂରେ ମଧ୍ୟ ପେସ୍ ବିଭାଗ ଉପରେ ଅଧିକ ଫୋକସ୍ କରିବ ଭାରତ । ଭାରତ ତା’ର ଦ୍ୱିତୀୟ ୱାର୍ମଅପ୍ ମ୍ୟାଚ୍ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବ । ସେପଟେ ପାକିସ୍ତାନ ତା’ର ପ୍ରଥମ ୱାର୍ମଅପ୍ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଠାରୁ ୫ ୱିକେଟରେ ହାରିଯାଇଛି । ସେହିପରି ବାଂଲାଦେଶ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଛି ।

Comments are closed.