ସଉଦ ଆରବକୁ ସାହାର୍ଯ୍ୟ ମାଗିଲା ପାକିସ୍ତାନ

ଇସଲାମାବାଦ: ଅର୍ଥନୀତିକୁ ଆଗକୁ ବଢ଼ାଇବା ଲାଗି ସଂଘର୍ଷ କରୁଥିବା ପାକିସ୍ତାନ ପୁଣି ଥରେ ଚୀନ ଓ ସାଉଦି ଆରବ ଆଗରେ ହାତ ପତାଇଛି। ଏହି ଦୁଇ ଦେଶକୁ ପାକିସ୍ତାନ ୧୧୦୦ କୋଟି ଡଲାର ପାଣ୍ଠି ମାଗିଛି। ଘୋର ସଙ୍କଟ ଦେଇ ଗତି କରୁଥିବା ଏହି ଦେଶର ଅର୍ଥନୀତିକୁ ଉଦ୍ଧାର କରିବା ଲାଗି ୩୦୦ କୋଟି ଡଲାର ଦେବାକୁ ଗତ ଜୁନ୍‌ରେ ଆନ୍ତର୍ଜାତିକ ମୁଦ୍ରା ପ‌ାଣ୍ଠି (ଆଇଏମ୍ଏଫ୍‌) ରାଜି ହୋଇଥିଲା।

ଦୀର୍ଘଦିନ ଅପେକ୍ଷା କରାଇବା ଏବଂ ବହୁ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ କରିବା ପରେ ଆଇଏମ୍ଏଫ୍ ପାଣ୍ଠି ଦେବାକୁ ରାଜି ହୋଇଥିଲା। ତେବେ ଏହି ପାଣ୍ଠି ଏକକାଳୀନ ପାକିସ୍ତାନକୁ ମିଳିନାହିଁ। କିସ୍ତି ଆକାରରେ ପାଣ୍ଠି ଆସୁଛି। ତେଣୁ ଆଇଏମ୍ଏଫ୍ ଯେଉଁ ସର୍ତ୍ତଗୁଡ଼ିକ ରଖିଛି ତାହା ପାଳନ କରିବା ପାକିସ୍ତାନର କାମଚଳା ସରକାର ପାଇଁ ଜରୁରୀ ହୋଇପଡ଼ିଛି। ସେଥିପାଇଁ ଏହା ଚୀନ୍ ଓ ସାଉଦି ଆରବକୁ ପାଣ୍ଠି ମାଗିଛି।

Comments are closed.