ଆଜି ଭାରତ ଆଫଗାନିସ୍ତାନ ମୁକାବିଲା

ନୂଆଦିଲ୍ଲୀ : ବିଶ୍ୱକପ୍ କ୍ରିକେଟ୍ରେ ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା । ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ଭାରତ ବିଜୟରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଥିବାରୁ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ୨୦୧୯ ବିଶ୍ୱକପରେ ଉଭୟ ଦଳ ଶେଷ ଥର ପାଇଁ ପରସ୍ପରକୁ ଭେଟିଥିଲେ । ଏହି ମ୍ୟାଚକୁ ଭାରତ ୧୧ ରନରେ ଜିତିଥିଲା । ଆଜିର ମ୍ୟାଚରେ ଆଫଗାନିସ୍ତାନର ସ୍ପିନର ଓ ଭାରତର ବ୍ୟାଟରଙ୍କ ମଧ୍ୟରେ ଲଢେଇ ହେବ । ଆଫଗାନିସ୍ତାନରେ ରସିଦ ଖାନ୍ ଓ ମୁଜିବ-ଉର-ରେହମାନଙ୍କ ଭଳି ସ୍ପିନର ରହିଛନ୍ତି ।

ମହମ୍ମଦ ନବୀ ମଧ୍ୟ ଅତିରିକ୍ତ ସ୍ପିନର ଭାବେ ଦାୟିତ୍ୱ ତୁଲାଇବେ । ଏପଟେ ପ୍ରଥମ ମ୍ୟାଚ୍ ପ୍ରତି ଆଜିର ମ୍ୟାଚ୍ ମଧ୍ୟ ଓପନର ଶୁବମନ ଗିଲ ଖେଳିବେ ନାହିଁ । ଡେଙ୍ଗୁରେ ଆକ୍ରାନ୍ତ ଥିବା ଶୁବମନଙ୍କ ଚେନ୍ନାଇରେ ଚିକିତ୍ସା ଚାଲିଛି । ସେହିପରି ବୋଲିଂ ବିଭାଗରେ ମଧ୍ୟ ଭାରତ କିଛିଟା ପରିବର୍ତନ କରିପାରେ । ଅଶ୍ୱିନଙ୍କ ସ୍ଥାନରେ ସର୍ଦୁଲ ଠାକୁର କିମ୍ବା ମହମ୍ମଦ ସାମିଙ୍କୁ ସୁଯୋଗ ମିଳିପାରେ । ସୂର୍ଯ୍ୟକୁମାର ଯାଦବ ମଧ୍ୟ ନେଟ୍ସରେ ଅଧିକ ସମୟ ଅଭ୍ୟାସ କରିଥିଲେ । ତାଙ୍କୁ ମଧ୍ୟ ଚୂଡାନ୍ତ ଏକାଦଶରେ ସାମିଲ କରିବାକୁ ଯୋଜନା କରିଛିଦଳ ।

 

Comments are closed.