ସିବିଆଇ ଟାର୍ଗେଟରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା

ସିବିଆଇ ଟାର୍ଗେଟରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା । କୋଲକାତା ସହ ଏକାଧିକ ଠିକଣାରେ  ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରାଙ୍କ ଘରେ ସିବିଆଇ ଚଢ଼ଉ କରିଛି। ନିକଟରେ ସିବିଆଇ କ୍ୟାସ୍ ଫର୍ କ୍ୱେରି ମାମଲାରେ ଏକ ମାମଲା ରୁଜୁ କରିଥିଲା, ଯାହା ପରେ ଆଜି ଏହି ଚଢ଼ଉ କରାଯାଇଛି।

 

ମିଳିଥିବା ସୂଚନା ଅନୁଯାୟୀ, ସିବିଆଇ ଅଧିକାରୀମାନେ ରବିବାର ମହୁଆଙ୍କ କୋଲକାତା ଫ୍ଲାଟ ସହ ଅନ୍ୟ ସମ୍ପର୍କୀତ ଠିକଣାରେ ଚଢ଼ାଉ କରିଥିବା ଜଣାପଡିଛି । ଲୋକପାଳଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଦିନ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପୂର୍ବତନ ଟିଏମସି ସାଂସଦ ମୋଇତ୍ରାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଯାଞ୍ଚ କରି ୬ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକପାଳ ।

Comments are closed.