ଚଳିତ ବର୍ଷ ବଜେଟ ଭାରତରେ ବିକାଶର ଦିଗରେ କାମ କରିବ,, ମୋଦି
ନୂଆଦିଲ୍ଲୀ : ଅମୃତ କାଳର ପ୍ରଥମ ବଜେଟ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଚଳିତ ବଜେଟ ବିକଶିତ ଭାରତର ଦୃଢ଼ ମୂଳଦୁଆ ପକାଇବ। ବଜେଟ୍ରେ ବଞ୍ଚିତ ଶ୍ରେଣୀଙ୍କୁ ଗୁରୁତ୍ବ ଦିଆଯାଇଛି। ଏହା ଆକାଂକ୍ଷୀ ସମାଜ, କୃଷକ ଏବଂ ମଧ୍ୟବିତ୍ତ ଶ୍ରେଣୀଙ୍କ ସ୍ବପ୍ନ ସାକାର କରିବ। ଏଭଳି ଏକ ଐତିହାସିକ ବଜେଟ୍ ପାଇଁ ମୁଁ ନିର୍ମଳା ସୀତାରମଣ ଏବଂ ତାଙ୍କ ପୂରା ଟିମ୍କୁ ଶୁଭେଚ୍ଛା ଜଣାଉଛି।
ପିଏମ ବିଶ୍ବକର୍ମା କୌଶଳ ସମ୍ମାନକୁ ପ୍ରଶଂସା କରି କହିଛନ୍ତି, ପ୍ରଥମ ଥର ପାଇଁ ‘ବିଶ୍ବକର୍ମା’ଙ୍କୁ ସମର୍ଥନ ଏବଂ ତାଲିମ ଦେବାପାଇଁ ନୂଆ ଯୋଜନା ଅଣାଯାଇଛି। ମହିଳାଙ୍କ ଜୀବନମାନରେ ଉନ୍ନତି ଆଣିବାପାଇଁ ସରକାର କରିଥିବା ଉଦ୍ୟମକୁ ଗୁରୁତ୍ବ ଦିଆଯାଇଛି। ସରକାର ଗ୍ରାମୀଣ ଏବଂ ସହରାଞ୍ଚଳରେ ମହିଳାମାନଙ୍କ ଜୀବନରେ ଉନ୍ନତି ଆଣିବାପାଇଁ ଅନେକ ପଦକ୍ଷେପ ନିଆଯାଇଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ପ୍ରତି ଘରେ ମହିଳାଙ୍କୁ ସଶକ୍ତ କରିବାପାଇଁ ସ୍ବତନ୍ତ୍ର ସଞ୍ଚୟ ଯୋଜନା ଆରମ୍ଭ ହେବ।
Comments are closed.