ଏଥର ଅନଲାଇନରେ ବିଧାନସଭା : ମୋବାଇଲରେ ପ୍ରଶ୍ନ ଓ ଉତ୍ତର ପାଇବେ ବିଧାୟକ
ଭୁବନେଶ୍ୱର, ୨୨ା୧: ଆଧୁନିକ ଯୁଗରେ ସବୁକିଛି ଅନଲାଇନରେ ହେଉଛି । ଏହାରି ମଧ୍ୟରେ ପ୍ରଥମ ଥର ପାଇଁ ବିଧାନସଭା ବି ଅନଲାଇନରେ ଚାଲିବାକୁ ଯାଉଛି । ବିଧାନସଭା ବଜେଟ ଅଧିବେଶନରେ ଅନଲାଇନରେ ପ୍ରଶ୍ନୋତ୍ତର ହେବ । ଅନଲାଇନରେ ପ୍ରଶ୍ନ ପଚାରିବେ ସମସ୍ତ ବିଧାୟକ । ମୋବାଇଲରେ ବିଧାୟକ ପଚାରିଥିବା ପ୍ରଶ୍ନର ଉତ୍ତର ମିଳିବ । ନାଭା ଆପ୍ ଜରିଆରେ ସବୁ ତଥ୍ୟ ପାଇପାରିବେ ବିଧାୟକ । ବିଧାନସଭାକୁ ପେପରଲେସ କରିବା ନେଇ ଏଭଳି ପଦକ୍ଷେପ ନିଆଯାଇଛି ।
ତେବେ ଫେବ୍ରୁଆରୀ ମଧ୍ୟଭାଗରେ ବଜେଟ୍ ଅଧିବେଶନ ହେବ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
Comments are closed.