ଅମୃତପାଲଙ୍କୁ ନେଇ ଏମିତି କହିଲା ପଞ୍ଜାବ ପୋଲିସ

ନୂଆଦିଲ୍ଲୀ: ମାର୍ଚ୍ଚ ୧୮ ତାରିଖରୁ ଫେରାର ହୋଇ ଯାଇଥିବା ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମୃତପାଲ୍‌ ସିଂହ ବିରୋଧରେ ଏନଏସଏ ଆଧାରରେ ଗିରଫଦାରୀ ଜାରି କରାଯାଇଥିଲା। ଏନଏସଏ ହିଁ ଅମୃତପାଲ୍‌ ସିଂହକୁ ଗିରଫ କରିଛି।

ପଞ୍ଜାବ ପୁଲିସର ଆଇଜିପି କହିଛନ୍ତି, ‘ଆମେ ଅମୃତପାଲକୁ ଧରିବା ପାଇଁ ସକାଳ ୬:୪୫ରୁ ଅପ‌‌ରେସନ ଆରମ୍ଭ କରିଥିଲୁ। ସମ୍ପୂର୍ଣ୍ଣ ଅପରେସନ ସମୟରେ ପଞ୍ଜାବର ଲୋକମାନେ ଶାନ୍ତି ଓ ଆଇନ ଶୃଙ୍ଖଳା ମାନି ରହିଥିଲେ। ଯେଉଁ କାରଣରୁ ଆମେ ସେମାନଙ୍କୁ ଧନ୍ୟବାଦ ଦେଉଛି। ଆମକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା କି ଅମୃତପାଲ ମୋଗା ଜିଲ୍ଲାର ରୋଡେଗ୍ରାମର ଗୁରୁଦ୍ବାରରେ ମହଜୁଦ ଥିଲା। ତେଣୁ ଗୁରୁଦ୍ବାରର ମର୍ଯ୍ୟାଦ ରକ୍ଷା କରି ଅମୃତପାଲକୁ ସେଠାରୁ ଗିରଫ କରାଯାଇଥିଲା।

ଲୋକେ କହୁଛନ୍ତି ଅମୃତପାଲ ଆତ୍ମସମର୍ପଣ କରିଛି। କିନ୍ତୁ ଗିରଫ ହେବା ସମୟରେ ଅମୃତପାଲ ପାଖରେ ଫେରାର ହେବାକୁ କୌଣସି ବିକଳ୍ପ ନଥିଲା। ତେଣୁ ସେ ସ୍ଥିର ହୋଇଯାଇଥିଲା। ଯାହାକୁ ଲୋକେ ଅମୃତପାଲ ଆତ୍ମସମର୍ପଣ କରିଥିବା ବୋଲି କହୁଛନ୍ତି।

Comments are closed.