ଗୁଜୁରାଟ ଫଳାଫଳକୁ ଏମିତି କହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ

ନୂଆଦିଲ୍ଲୀ: ଗୁଜରାଟରେ ବିଧାନ ସଭା ଆସନରୁ ଆପ୍‌ ମାତ୍ର ୫ଟି ସିଟ୍‌ ହାତେଇବାରେ ସମର୍ଥ ହୋଇଛି। ଏ ସମ୍ପର୍କରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଏକ ଜାତୀୟ ଗଣମାଧ୍ୟମର କନକ୍ଲେଭରେ ଯୋଗ ଦେଇ ନିଜର ପ୍ରତିକ୍ରୟିୟା ରଖିଛନ୍ତି। ଆପର ପ୍ରଦର୍ଶନକୁ ନେଇ ମାନ କହିଛନ୍ତି ଯେ, କ୍ରିକେଟର ବିରାଟ କୋହଲି ମଧ୍ୟ ସବୁଦିନେ ଶତକ ପିଟେ ନାହିଁ। ସେ ଆହୁରି କହିଛନ୍ତି, ଅନ୍ତତଃ ପକ୍ଷେ ସେତିକି ଲେଖିକି ଦେବା ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ସାହସ ଅଛି। ଆମେ କଂଗ୍ରେସ ଭଳି ମୈଦାନ ଛାଡ଼ି ପଳାୟନ କରି ନାହୁଁ।

କଠିନ ପରିଶ୍ରମ କରୁଛୁ। ଆମେ ପଞ୍ଜାବରୁ ଗୁଜରାଟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲୁ। ବର୍ତ୍ତମାନ ଆମ୍ ଆଦମୀ ପାର୍ଟି ଏକ ଜାତୀୟ ଦଳ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଗୁଜରାଟରେ ଦଳ ୧୩ ପ୍ରତିଶତ ଭୋଟ୍ ପାଇଛି। ଆମେ ଶୂନରୁ ପାଞ୍ଚକୁ ଆସିଛୁ । ତେଣୁ ଆମେ ପରାଜିତ ହୋଇ ନାହୁଁ। ଏହି ଅବସରରେ ମାନ୍‌ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ତିନିଟି ମଧ୍ୟରୁ କେବଳ ଗୋଟିଏ ନିର୍ବାଚନରେ ​​ବିଜେପି ଜିତିଛି। ହିମାଚଳ ପ୍ରଦେଶ ବିଧାନସଭା ଏବଂ ଏମସିଡିରେ ବିଜେପି ହାରିଛି। ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଆମ୍ ଆଦମୀ ପାର୍ଟିର ଆବିର୍ଭାବ ହୋଛି।

Comments are closed.