ଦୀପାବଳିରେ ଯବାନଙ୍କୁ ଏମିତି କହିଲେ ମୋଦି

ଦୀପାବଳୀରେ ଯବାନଙ୍କ ସହ ଉତ୍ସବ ମନାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଲଓସି ଯାଇ ଯବାନଙ୍କ ସହ ଉତ୍ସବ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜମ୍ମୁ-କାଶ୍ମୀର ଅଖନୁର ସ୍ଥିତ ଓରିୟନ୍ ଅଞ୍ଚଳରେ ଯବାନଙ୍କ ସହ ସାମିଲ ହୋଇ ଦୀପାବଳି ପାଳିବା ସହ ମିଠା ବାଣ୍ଟିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଅଯୋଧ୍ୟା ହେଉଛି ଯେଉଁଠି ଭଗବାନ ରାମ ରୁହନ୍ତି । କିନ୍ତୁ ତାଙ୍କ ପାଇଁ ଅଯୋଧ୍ୟା ସେଇଠି ଯେଉଁଠି ଯବାନ ରୁହନ୍ତି । ୩୦ରୁ ୩୫ ବର୍ଷ ବୟସ ପର୍ଯ୍ୟନ୍ତ ସେ ଦିପାବଳୀ ପାଳନ କରିନଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଦୀପାବଳୀରେ ବୋର୍ଡର ଅଞ୍ଚଳକୁ ବୁଲିବାକୁ ଯାଉଥିଲେ ବୋଲି କହିଛନ୍ତିି ପ୍ରଧାନମନ୍ତ୍ରୀ । ତେବେ ୨୦୧୪ରୁ ପ୍ରତ୍ୟେକ ବର୍ଷ ମୋଦୀ ଯବାନଙ୍କ ସହ ଦୀପାବଳି ପାଳନ କରିଆସୁଛନ୍ତି

 

Comments are closed.