ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ଏମିତି କହିଲା ଆମେରିକା

ୱାସିଂଟନ୍‌:ଋଷିଆ ଓ ୟୁକ୍ରେନ ଯୁଦ୍ଧ ଆଜିକୁ ଅନେକ ଦିନ ହୋଇଥିଲେ ମଧ୍ୟ ସମାପ୍ତି ର କୌଣସି ବାଟ ବାହାରି ପାରୁନି । ମଙ୍ଗଳବାର ଦିନ ହ୍ବାଇଟ୍‌ ହାଉସ୍‌ରେ ସାମ୍ବାଦିକମାନଙ୍କୁ ବାଇଡେନ୍‌ କହିଛନ୍ତି, ମୁଁ କହି ଦେଉଛି: ‘ଟ୍ୟାକ୍ଟିକାଲ୍‌ ନ୍ୟୁକ୍ଲିଅର୍‌ ୱିପନ୍‌’ ପ୍ରୟୋଗ କଲେ ରୁଷ୍‌ ଅତି ଗରୁତର ଭୁଲ୍‌ କରିବ।

ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ଲାଗି ରୁଷ୍‌ ପ୍ରସ୍ତୁତି କରୁଛି କି, ବୋଲି ପ୍ରଶ୍ନର ଉତ୍ତର ଦେବା ବେଳେ ବାଇଡେନ୍‌ ଉପରୋକ୍ତ କଥା କହିଛନ୍ତି। ଗୁରୁତ୍ବାରୋପ କରି ସେ କହିଛନ୍ତି, ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଏବେ ମୁଁ ଆପଣଙ୍କୁ ନିର୍ଭରଯୋଗ୍ୟ ଭାବେ କହିପାରୁନାହିଁ। କିନ୍ତୁ, ପରମାଣୁ ଅସ୍ତ୍ର ପ୍ରୟୋଗ ଅତ୍ୟନ୍ତ ସାଙ୍ଘାତିକ ପ୍ରମାଦ ହେବ।

ହ୍ବାଇଟ୍‌ ହାଉସ୍‌ ଗଣମାଧ୍ୟମ ସଚିବ କେରିନ୍‌ ଜିନ୍‌-ପିଏରି କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଭାବନାରେ କୌଣସି ଦ୍ବିଧା ନାହିଁ।

ଆଜି ସେ ପୁଣି ଏକଥା କହିଲେ। ୟୁକ୍ରେନ୍‌ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ରୁଷ୍‌ ପାଇଁ ହେବ ପ୍ରମାଦ (ବଡ଼ ଭୁଲ୍‌)। ଏହାର ପରିଣାମ ମଧ୍ୟ ଚରମ ହେବ। ସମ୍ଭାବ୍ୟ ପରମାଣୁ ବୋମା ପ୍ରୟୋଗ ବିଷୟରେ ରୁ‌ଷ୍‌ ନିହାତି ମିଥ୍ୟା ଅଭିଯୋଗ କରୁଛି ବୋଲି ଜିନ୍‌-ପିଏରି କହିଛନ୍ତି।

Comments are closed.