ରାହୁଲ ଗାନ୍ଧିଙ୍କୁ ନେଇ ଏମିତି କହିଲା ଆମେରିକା

ନୂଆଦିଲ୍ଲୀ :ଦିନକୁ ଦିନ ଜୋର୍ ଧରୁଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ମାମଲା। ଏହାକୁ ନେଇ ବିରୋଧୀ ମେଳି ହୋଇ ଆନ୍ଦୋଳନ ଜରି ରଖିଥିବା ବେଳେ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ଆମେରିକା। ରାହୁଲ ମାମଲାରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି।

ଆମେରିକା ବୈଦେଶିକ ମନ୍ତ୍ରାଳୟର ପ୍ରଧାନ ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି, ଆମେରିକା ଭାରତ ସହ ଯୋଡି ହୋଇଛି। ବାକ୍ ସ୍ୱାଧୀନତା ସହ ଲୋକତନ୍ତ୍ର ମୂଲ୍ୟବୋଧ ପାଇଁ ଆମେରିକା ପ୍ରତିବଦ୍ଧତା ହୋଇ ଭାରତ ସରକାରଙ୍କ ସହ କାର୍ଯ୍ୟ ଜାରି ରଖିଛି।

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ନେଇ ଗଣମାଧ୍ୟମର ପ୍ରଶ୍ନର ଜବାବ ଦେଇ ବେଦାନ୍ତ କହିଛନ୍ତି, ‘ଆଇନ ଏବଂ ଶାସନ ପ୍ରତି ସମ୍ମାନ ଏବଂ ନ୍ୟାୟିକ ସ୍ୱାଧୀନତା ଯେକୌଣସି ଗଣତନ୍ତ୍ରର ମୂଳଦୁଆ ଅଟେ। ଭାରତୀୟ କୋର୍ଟରେ ଏହି ମାମଲାର ବିଚାର ଚାଲିଛି । ଭାରତୀୟ କୋର୍ଟ ଦ୍ୱାରା ରାହୁଲ ଗାନ୍ଧୀଙ୍କୁ ଦିଆଯାଇଥିବା ଦଣ୍ଡାଦେଶ ଉପରେ ଆମେ ନଜର ରଖିଛୁ।’

Comments are closed.