ଆମ ସାଙ୍ଗରେ ଲାଗିଲେ ଘରେ ପଶି ମାରିବୁ

‘ଆମ ମାଟିରେ ଆତଙ୍କବାଦ କାର୍ଯ୍ୟକଳାପ ଘଟାଇ ସୀମା ପାର ହେଉଥିବା ବ୍ୟକ୍ତିଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବନି। ସେଭଳି ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଭାରତ ପାକିସ୍ତାନରେ ପ୍ରବେଶ କରିବାକୁ ପଛାଇବ ନାହିଁ। ’ ବ୍ରିଟେନର ଖବରକାଗଜ ‘ଦ ଗାର୍ଡିଆନ୍‌’ରେ ଭାରତ ବିରୋଧରେ ଏଭଳି କିଛି ଅଭିଯୋଗ ଉଠିଥିବା ବେଳେ ଏହାର କଡ଼ା ଜବାବ ଦେଇ ଏପରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

‘ଦ ଗାର୍ଡିଆନ୍‌’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଦେଶୀ ମାଟିରେ ଶତ୍ରୁମାନଙ୍କୁ ହତ୍ୟା କରିବା ପାଇଁ ଜଣାଶୁଣା ଇସ୍ରାଏଲର ଗୁପ୍ତଚର ସଂସ୍ଥା ମୋସାଦ ଓ ରୁଷର କେଜିବି ଦ୍ୱାରା ପ୍ରେରିତ ହେଉଛି ଭାରତ । ଫଳରେ ୨୦୨୦ ମସିହା ପରଠୁ ଭାରତ ଏପରି ଅଭିଯାନ ଆରମ୍ଭ କରି ପାକିସ୍ତାନ ମାଟିରେ ପ୍ରବେଶ କରି ୨୦ରୁ ଅଧିକ ଆତଙ୍କୀଙ୍କ ହତ୍ୟା କରି ସାରିଲାଣି ।

Comments are closed.