ଏହି ମାନେ କାଜୁ ଖାଉଥିଲେ ସାବଧାନ ! ହୋଇପାରେ ଘାତକ
କାଜୁ ଖାଇବାକୁ କିଏ ଅବା ଭଲ ପାଆନ୍ତିନି । ଏହା ପାଟିକୁ ଯେତେ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ମଧ୍ୟ ଉପେଯାଗୀ । କାଜୁରେ ଭିଟାମିନ୍, ପ୍ରୋଟିନ୍, ଫାଇବର, ଫସଫରସ୍, ସେଲେନିୟମ୍, କ୍ୟାଲସିୟମ୍, ଆଇରନ୍, ଫାଇବର, ଫୋଲେଟ୍, ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଆଦି ଭରପୁର ମାତ୍ରାରରେ ରହିଥାଏ ।
କାଜୁ ଖାଇବାକୁ କିଏ ଅବା ଭଲ ପାଆନ୍ତିନି । ଏହା ପାଟିକୁ ଯେତେ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ମଧ୍ୟ ଉପେଯାଗୀ । କାଜୁରେ ଭିଟାମିନ୍, ପ୍ରୋଟିନ୍, ଫାଇବର, ଫସଫରସ୍, ସେଲେନିୟମ୍, କ୍ୟାଲସିୟମ୍, ଆଇରନ୍, ଫାଇବର, ଫୋଲେଟ୍, ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଆଦି ଭରପୁର ମାତ୍ରାରରେ ରହିଥାଏ । ଯହା ଶରୀରକୁ ସୁସ୍ଥ ରଖିବା ସହ ତ୍ୱଚାକୁ ମଧ୍ୟ କୋମଳ ରଖିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏପରି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ କାଜୁ ସେବନ କରିବାକୁ ବାରଣ କରାଯାଏ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ବ୍ୟକ୍ତିମାନଙ୍କ ବିଷୟରେ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯେଉଁ ବ୍ୟକ୍ତିମାନଙ୍କର ମୁଣ୍ଡ ବ୍ୟଥା କିମ୍ବା ମାଇଗ୍ରେନ ପରି ସମସ୍ୟା ଅଛି ସେହି ବ୍ୟକ୍ତିମାନେ କାଜୁ ସେବନ କରିବା ଉଚିତ ନୁହେଁ । କାରଣ କାଜୁରେ ଥିବା ଆମିନୋ ଏସିଡ୍ ଏହି ସମସ୍ୟାକୁ ଅଧିକ ବଢାଇ ଦେଇଥାଏ । ତେଣୁ ମାଇଗ୍ରେନ୍ ସମସ୍ୟା ଥିଲେ କାଜୁ ସେବନ ଠାରୁ ଦୂରେଇ ରୁହନ୍ତୁ ।
କାଜୁରେ ଥିବା ଫାଇବର ସ୍ୱାସ୍ଥ୍ୟ ପାଇଁ ବହୁତ ଉପେଯାଗୀ ହୋଇଥାଏ । କିନ୍ତୁ ଅଧିକ ମାତ୍ରାରେ ଫାଇବର ଫେଟ ଫୁଲିବା ବା ଗ୍ୟାସ ପରି ସମସ୍ୟାକୁ ଉତ୍ପନ କରିଥାଏ । ତେଣୁ ଏହିପରି ସମସ୍ୟା ଥିବା ବ୍ୟକ୍ତିମାନେ କାଜୁ ଖାଇବା ଉଚିତ୍ ନୁହେଁ ।
କାଜୁରେ ବହୁତମାତ୍ରାରେ ସୋଡିୟମ ରହିଥାଏ । ଯାହାକି ଅଧିକ ମାତ୍ରାରେ ସେବନ କରିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ତେବେ ଏପରି ସ୍ଥିତିରେ ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଥାଏ ତା ହାଲେ ଆପଣ କାଜୁ ଖାଆନ୍ତୁ ନାହିଁ । କାରଣ ଏହା ଶରୀରରେ ସୋଡିୟମର ମାତ୍ରାକୁ ବୃଦ୍ଧି କରିଥାଏ ।ଫଳରେ ଶରୀରରେ ଉଚ୍ଚ ରକ୍ତଚାପ , ଚିନ୍ତା, ଏବଂ ହୃଦଘାତ ପରି ସମସ୍ୟା ସୃଷ୍ଟି କରେ ।
ଆପଣ ଯଦି ନିଜର ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି ତେବେ ଅଧିକ ମାତ୍ରାରେ କାଜୁ ସେବନ କରନ୍ତୁ ନାହିଁ । କାରଣ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, କାଜୁରେ ବହୁତ ମାତ୍ରାରେ କ୍ୟାଲୋରୀ ଥାଏ । ଯାହାକି ଶରୀରର ଓଜନ ବୃଦ୍ଧି କରିଥାଏ । ତେଣୁ ଯେଉଁ ବ୍ୟକ୍ତିମାନଙ୍କର ମୋଟପାଣ ସମସ୍ୟା ଅଛି ସେମାନେ କାଜୁ ଠାରୁ ନିଜକୁ ଦୂରେଇ ରଖନ୍ତୁ ।
Comments are closed.