ସମୀର ୱାଙ୍ଖେଡେଙ୍କ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ, ଜାଣନ୍ତୁ କଣ

0

ନୂଆଦିଲ୍ଲୀ :ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ପରିବାର ଲୋକଙ୍କୁ ୨୫ କୋଟି ଟଙ୍କା ମଗାଯାଇଥିଲା। ଯଦି ୨୫ କୋଟି ଟଙ୍କା ନ ମିଳିବ, ତା’ହେଲେ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଡ୍ରଗ୍ସ କେସ୍‌ରେ ଫସାଇ ଦିଆଯିବ। ତେଣୁ ତୁରନ୍ତ ଟଙ୍କା ଦେବାକୁ ଶାହରୁଖଙ୍କ ପରିବାକୁ ଧମକ ମିଳିଥିଲା। ମୁମ୍ବାଇ ଏନସିବିର ପୂର୍ବତନ ମୁଖ୍ୟ ସମୀର ୱାଙ୍ଖେଡେଙ୍କ ନାଁରେ ସିବିଆଇ ରୁଜୁ କରିଥିବା ଏଫଆଇଆରରେ ଏକଥା ଉଲ୍ଲେଖ କରାଯାଇଛି।

୨୦୨୧ ଅକ୍ଟୋବର ମାସରେ ମୁମ୍ବାଇର କ୍ରୁଜରେ ରେଡ୍‌ କରି ସମୀର ୱାଙ୍ଖେଡେ ଓ ତାଙ୍କ ଟିମ ଆର୍ଯ୍ୟନଙ୍କ ସମେତ ଆଉ କିଛି ଯୁବକଙ୍କୁ ଗିରଫ କରିଥିଲେ। ଏହାକୁ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା। ଏବେ ତାଙ୍କ ନାଁରେ ଦୁର୍ନୀତି ଓ ଅପରାଧିକ ଆଚରଣ ମାମଲା ସିବିଆଇ ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସିବିଆଇ ରୁଜୁ କରିଥିବା ଏଫଆଇଆରରେ ୨୫ କୋଟି ଟଙ୍କା କଥା ଉଲ୍ଲେଖ କରିବା ସହ ସମୀର ୱାଙ୍ଖେଡେଙ୍କ ବିଦେଶ ଯାତ୍ରା ଓ ଦାମୀ ହାତ ଘଣ୍ଟା କିଣାବିକାର ତଥ୍ୟ ରହିଛି। ସମୀର ୱାଙ୍ଖେଡେ ଓ ଏନସିବିର ତତ୍କାଳୀନ ଗୁଇନ୍ଦା ଅଧିକାରୀ ଆଶିଷ ରଞ୍ଜନ ସେମାନଙ୍କ ଆୟ ଅନୁସାରେ ଖର୍ଚ୍ଚକୁ ଯର୍ଥାଥ ଦର୍ଶାଇ ପାରି ନାହାନ୍ତି।

ଏହାର ତଦନ୍ତ କରାଯାଉଛି। ସମୀର ୱାଙ୍ଖେଡେ ଠିକ୍‌ ଭାବେ ତାଙ୍କ ବିଦେଶ ଗସ୍ତର ତଥ୍ୟ ଉପସ୍ଥାପନ କରି ପାରିନାହାନ୍ତି। ସେଠାରେ କରିଥିବା ଖର୍ଚ୍ଚର ତଥ୍ୟ ମଧ୍ୟ ଭୁଲ ଦେଇଛନ୍ତି ବୋଲି ଏଫଆଇଆରରେ କୁହାଯାଇଛି।

Leave A Reply

Your email address will not be published.