ଇସ୍ରାଏଲରେ ଏକ ହେଲେ ବିରୋଧୀ, ସରକାର

ଜେରୁଜେଲମ୍‌/ଗାଜା ସିଟି: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଓ ଜଣେ ବରିଷ୍ଠ ବିରୋଧୀ ନେତା ବୁଧବାର ଯୁଦ୍ଧକାଳୀନ ଏକତା ସରକାର ଗଠନ ପାଇଁ ସହମତି ପ୍ରକାଶ କରିଛନ୍ତି। ଯୁଦ୍ଧରେ ୨,୨୦୦ରୁ ଊର୍ଦ୍ଧ୍ୱ ଲୋକ ନିହତ ହୋଇଥିବାବେଳେ ପାଲେଷ୍ଟିନୀୟ ଆତଙ୍କବାଦୀ ସଙ୍ଗଠନ ହମାସ୍‌ ବିରୋଧରେ ଚାଲିଥିବା ଅପରେଶନ୍‌କୁ ଏହି ୟୁନିଟି ଗଭର୍ନମେଣ୍ଟ ଅନୁଧ୍ୟାନ କରିବ।

ଯୁଦ୍ଧ ଉଦ୍ୟମକୁ ବଳ ଦେବା ଲାଗି ପୂର୍ବରୁ ଜରୁରିକାଳୀନ ଏକତା ସରକାରରେ ନିଃସର୍ତ୍ତ ସାମିଲ ହେବା ନେଇ ନ୍ୟାଶନାଲ ୟୁନିଟି ପାର୍ଟି ନେତା ବେନ୍ନି ଗାଣ୍ଟ୍‌ଜ ସଙ୍କେତ ଦେଇଥିଲେ। ବୁଧବାର ସେ ନେତାନ୍ୟାହୁଙ୍କ ସହ ଏକ ମିଳିତ ବିବୃତିରେ ସମାନ କଥା ଦୋହରାଇଛନ୍ତି। ଅତୀତରେ ପ୍ରତିରକ୍ଷା ମନ୍ତ୍ରୀ ଓ ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍‌ (ଆଇଏଫ୍‌ଡି) ମୁଖ୍ୟ ଭାବେ କାର୍ଯ୍ୟ କରିଥିବା ବେନ୍ନି କହିଛନ୍ତି, ସେମାନେ ଏକ ୫ ଜଣିଆ ‘ଯୁଦ୍ଧ-ପରିଚାଳନା’ କ୍ୟାବିନେଟ୍‌ ଗଠନ କରିବେ। ସେଥିରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗଲ୍ଲାଣ୍ଟ, ୨ ଜଣ ଶୀର୍ଷ ଅଧିକାରୀ ଏବଂ ସେ ନିଜେ ସଦସ୍ୟ ରୂପେ ରହିବେ। ମୁଖ୍ୟ ବିରୋଧୀ ନେତା ୟାର ଲାପିଡ୍‌ଙ୍କୁ ମଧ୍ୟ କ୍ୟାବିନେଟ୍‌ରେ ସାମିଲ ହେବାକୁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ ସେ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

Comments are closed.