ସାଂସଦ ଅପରିଜିତାଙ୍କୁ ନେଇ ଦଳୀୟ କର୍ମୀଙ୍କ ଭିତରେ କୁହୁଳୁଛି ବିରୋଧର ନିଆଁ 

ଟାଙ୍ଗୀ: ବିଗତ ଦିନରେ ନିଜ ଦଳର କର୍ମୀଙ୍କ ଅସନ୍ତୋଷର ଶିକାର ହୋଇଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏବେ ସେହି ଅସନ୍ତୋଷ ଧୀରେ ଧୀରେ ଉଗ୍ରରୂପ ଧାରଣ କରିବାକୁ ଲାଗିଛି। ସୂଚନା ମୁତାବକ ସାଂସଦ ଅପରାଜିତା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଓଳସିଂ ପଞ୍ଚାୟତକୁ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଆସିବା ଖବର ପାଇ ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ ମଣ୍ଡଳୀର ୯ନମ୍ୱର ଯୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ଆଶିଷ କୁମାର ବରିସଲ, ମଣ୍ଡଳ ସଭାପତି ବିପିନ କୁମାର ପାଳଟାସିଂହ ଏବଂ ଯୁବମୋର୍ଚ୍ଚା ସଭାପତି ଗଙ୍ଗାଧର ଚମ୍ପତ୍ତିଙ୍କ ସମେତ ପ୍ରାୟ ପଚାଶରୁ ଉର୍ଦ୍ଧ ଦଳୀୟ କର୍ମୀ ଓଳସିଂ ଗ୍ରାମର ପ୍ରବେଶ ପଥରେ ବିରୋଧ କରି ହାତରେ କଳା ପତାକା ଓ ପ୍ଲା କାର୍ଡ ଧରି ଜଗି ବସିଛନ୍ତି। ଆମ ଅଞ୍ଚଳରେ ସାଂସଦଙ୍କୁ କୌଣସି ପରିସ୍ଥିତିରେ ପ୍ରଵେଶ କରିବାକୁ ଦେବୁନାହିଁ ବୋଲି କହିଥିବା ବେଳେ, ସାଂସଦ ଆମ ଅଞ୍ଚଳକୁ ଆସିଲେ ଘୋର ବିରୋଧ ପ୍ରଦର୍ଶନ କରାଯିବ ବୋଲି ମତ ରଖିଛନ୍ତି, ତା ସହିତ ଉଦ୍ଦେଶ୍ୟମୂଳକ ଭାବେ ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ମହାପାତ୍ର ଆମ ଅଞ୍ଚଳରେ ହେଉଥିବା ବିକାଶରେ ବାଧକ ସାଜିଥିବା ସହିତ

କିଛି ନିର୍ଦ୍ଧିଷ୍ଟ କର୍ମୀଙ୍କୁ ଧରି କାର୍ଯ୍ୟକ୍ରମ କରି ଦଳ ଭିତରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ନେଇ ଅଭିଯୋଗ ଆଣିଛନ୍ତି । ତେବେ ସାଂସଦ ଅପରାଜିତା କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ତାଙ୍କର ଗସ୍ତକୁ ସ୍ଥଗିତ ରଖିଥିବା ବେଳେ ସୁନ୍ଦରପୁର ପଞ୍ଚାୟତରେ କାର୍ଯ୍ୟକ୍ରମ

କରିଥିବା କୁହାଯାଉଛି। ତଥାପି କୌଣସି ପରିସ୍ଥିତିରେ ସାଂସଦଙ୍କୁ ଆମ ଅଞ୍ଚଳରେ ପ୍ରବେଶ କରାଇଦେବୁ ନାହିଁ ବୋଲି ଜିଲ୍ଲା ପରିଷଦ ପ୍ରାର୍ଥୀ ଆଶିଷ କୁମାର ବରିସଲ କହିଛନ୍ତି। ପ୍ରକାଶ ଥାଉ କି ଗତ ମଇ ମାସ ୧୭ତାରିଖ ସନ୍ଧ୍ୟାରେ ଦଳୀୟ କାର୍ଯ୍ୟକ୍ରମ କରିବାକୁ ଯାଇ ସାଂସଦ ଅପରାଜିତାଙ୍କୁ ଦଳୀୟ କର୍ମୀଙ୍କ ବିରୋଧର ଶିକାର ହେବାକୁ ପଡ଼ିଥିଲା। ଦଳୀୟ କର୍ମୀ ପଥର ଥୋଇ ସାଂସଦଙ୍କ ରାସ୍ତା ଅବରୋଧ କରିବା ସହିତ ଗାଁ ଦାଣ୍ଡରେ ଦୀର୍ଘ ସମୟ ବସାଇ କଲେ ଏକ ରକମ ଅସମ୍ମାନିତ କରିଥିଲେ । ‘ଗୋ ବ୍ୟାକ୍ ବିହାରୀ ଅପରାଜିତା’ ବିରୋଧା ଭାସ ନାରା ସାଙ୍ଗକୁ ଚାରି ବର୍ଷ ହେଲା କୁଆଡ଼େ ଯାଇଥିଲ ବୋଲି ପ୍ରଶ୍ନ କରିଥଲେ ସାଙ୍ଗଠନିକ କର୍ମକର୍ତ୍ତା । କର୍ମୀ ମାନଙ୍କ ରୋଷ ଓ ପ୍ରଶ୍ନବାଣକୁ ସମ୍ମୁଖୀନ ନ କରିପାରି ଶେଷରେ ବୈଠକ ନ କରି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଏବଂ ସାଙ୍ଗରେ ଯାଇଥବା ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ମହାପାତ୍ରଙ୍କୁ ବାଧ୍ୟ ହୋଇ ଘଟଣା ସ୍ଥଳ ଛାଡ଼ି ଫେରିବାକୁ ପଡିଥିଲା।

Comments are closed.