ଲୋକସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍

ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟର ବିତର୍କ ପରେ ଲୋକସଭାରେ ପାରିତ ହୋଇଛି ବହୁ ପ୍ରତୀକ୍ଷିତ ତଥା ଐତିହାସିକ ମହିଳା ସଂରକ୍ଷଣ ବିଲ୍‌। ମଙ୍ଗଳବାର କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ ବା ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଲୋକସଭାରେ ଉପସ୍ଥାପିତ କରିଥିଲେ। ଆଜି ଏହା ପାରିତ ହେବା ସହ ଭାରତ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି।

କାରଣ ଦୀର୍ଘ ୩ ଦଶନ୍ଧି ଧରି ଏକାଧିକ ଥର ମହିଳା ସଂରକ୍ଷଣ ବିଲକୁ ପାସ୍‌ କରିବାକୁ ଲୋକସଭାରେ ଚେଷ୍ଟା କରାଯାଇଥିଲା। କିନ୍ତୁ ଏଯାଏ ଏହା ପାରିତ ହୋଇ ନଥିଲା। ଅବଶ୍ୟ ୨୦୧୦ରେ ରାଜ୍ୟଭାରେ ମହିଳା ସଂରକ୍ଷିତ ବିଲ୍‌ ପାରିତ ହୋଇଥିଲା। କିନ୍ତୁ ଲୋକସଭାରେ ପ୍ରଥମଥର ପାଇଁ ସର୍ବସମ୍ମତିକ୍ରମେ ଏହା ପାରିତ ହୋଇଛି।

ଏହା ଏକ ସମ୍ବିଧାନ ସଂଶୋଧ ବିଲ୍‌ ହୋଇଥିବାରୁ ପାରିତ କରିବା ପାଇଁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଦରକାର ଥିଲା। ବିଲ୍‌କୁ ତା’ଠାରୁ ଅଧିକ ସମର୍ଥନ ମିଳିଛି। ବିଲ୍‌ ସପକ୍ଷରେ ୪୫୪ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୨ଟି ଭୋଟ ପଡ଼ିଛି।

ଆଜି ଦିନ ୧୧ଟାରୁ ଏହା ଉପରେ ବିତର୍କ ଆରମ୍ଭ ହୋଇଥିଲା। ବିଲ୍‌ରେ ଲୋକସଭା, ସମସ୍ତ ବିଧାନସଭା ଓ ଦିଲ୍ଲି ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ଆସନ ସଂରକ୍ଷଣ ହୋଇ ରହିବ ବୋଲି ବ୍ୟବସ୍ଥାହୋଇଛି।

 

Comments are closed.