ହିନ୍ଦୀ ସହିତ ଅନ୍ୟ ଭାଷାରେ ବି ଅନୁବାଦିତ ହେବ ଆମେରିକା ରାଷ୍ଟ୍ରପତିଙ୍କ ଭାଷଣ

ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ସବୁ ଭାଷଣର ହିନ୍ଦୀ ଅନୁବାଦ ପ୍ରକାଶ ପାଇବ । ଆମେରିକୀୟ ସରକାର ଓ ରାଜନୀତିରେ ଭାରତୀୟ ଓ ଏସୀୟ ଲୋକଙ୍କ ପ୍ରଭାବ ବୃଦ୍ଧି ପାଉଥିବାରୁ ହ୍ବାଇଟ ହାଉସ ପ୍ରଶାସନ ପକ୍ଷରୁ ଏ ନେଇ ଏକ ପ୍ରସ୍ତାବ ଉପରେ ବିଚାର କରାଯାଉଛି ।

କେବଳ ହିନ୍ଦୀ ନୁହେଁ, ମାଣ୍ଡାରିନ, କୋରିଆନ,ଭିଏତନାମିଜ୍,ଟାଗାଲୋଗରେ ମଧ୍ୟ ଅନୁବାଦ ପ୍ରକାଶ ପାଇଁ ପ୍ରସ୍ତାବ ଦିଆଯାଇଛି ।

ଆମେରିକାର ପ୍ରେସିଡେନ୍ସିଆଲ କମିସନ ( ରାଷ୍ଟ୍ରପତିଙ୍କ ପରାମର୍ଶଦାତା କମିସନ) ପକ୍ଷରୁ ହ୍ବାଇଟ ହାଉସ ସାମନାରେ ଏହି ପ୍ରସ୍ତାବ ରଖାଯାଇଛି । ଏହା ପୂର୍ବରୁ ଏହି ପ୍ରସ୍ତାବକୁ ଆମେରିକୀୟ-ଭାରତୀୟ ସମ୍ପ୍ରଦାୟର ନେତା ଅଜୟ ଜୈନ ଭୁଟୋରିଆ ରାଷ୍ଟ୍ରପତିଙ୍କ ପ୍ରେସିଡେନ୍ସିଆଲ କମିସନଙ୍କ ନିକଟରେ ରଖିଥିଲେ। ଯାହାକୁ କମିସନ ଗ୍ରହଣ କରିଥିଲା ।

ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଭାଷଣ କେବଳ ଇଂରାଜୀ ଭାଷାରେ ପ୍ରକାଶ ପାଉଛି । ତେବେ ଆମେରିକାରେ ଏକ ବଡ଼ ଭାରତୀୟ ସଂପ୍ରଦାୟ ଥିଲେ ବି ସମସ୍ତେ ଇଂରାଜୀରେ ଦକ୍ଷ ନୁହନ୍ତି । ଏଣୁ ହିନ୍ଦୀରେ ଭାଷଣ ପ୍ରକାଶ ପାଇଲେ ସେମାନେ ଭଲଭାବରେ ବୁଝିପାରିବେ ।

ଭାରତୀୟ ବଂଶୋଦ୍ଭବ ଭୁଟୋରିଆ ସିଲିକନ ଭ୍ୟାଲିର ଜଣେ ସଫଳ ଉଦ୍ୟୋଗୀ । ବାଇଡେନ ରାଷ୍ଟ୍ରପତି ତେବା ପରେ ତାଙ୍କୁ ପ୍ରେସିଡେନ୍ସିଆଲ କମିସନରେ ସାମିଲ କରାଯାଇଥିଲା ।

Comments are closed.