ଜାତିସଂଘରେ ଆମେରିକା ଓ ରୁଷିଆ ପୁଣି ଥରେ ହେଲେ ମୁହାଁମୁହିଁ

ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ ପୃଥିବୀର କକ୍ଷପଥରେ ଆଣବିକ ଅସ୍ତ୍ର ନିୟୋଜନ କରିବାକୁ ଯୋଜନା କରୁଛି।

ଏହି ଦାବିକୁ ରୁଷିଆ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। କିନ୍ତୁ ଜାତିସଂଘ ସୁରକ୍ଷା ପରିଷଦରେ ପୃଥିବୀର କକ୍ଷପଥରେ ଆଣବିକ ଅସ୍ତ୍ର ନ ଲଗାଇବାକୁ ଆମେରିକା ପ୍ରସ୍ତାବ ଦେବା ପରେ ପ୍ରକୃତ କଥା ସାମ୍ନାକୁ ଆସିଥିଲା। ରୁଷିଆ ଏହା ଉପରେ ଭିଟୋ ଲଗାଇଛି। ରୁଷିଆର ଏହି ନିଷ୍ପତ୍ତିରେ ଆମେରିକା କ୍ଷୁବ୍ଧ ହୋଇଉଠିଛି।

ରୁଷିଆର ଏହି ପଦକ୍ଷେପକୁ ଆମେରିକା କଡ଼ା ସମାଲୋଚନା କରିଛି। ଏଥିସହିତ ଆମେରିକା ରୁଷିଆ ଉପରେ ଅନେକ ପ୍ରଶ୍ନ ପଚାରିଥିଲା। ଆମେରିକା କହିଛି ଯେ, ପୃଥିବୀର କକ୍ଷପଥରେ ଆଣବିକ ଅସ୍ତ୍ର ନିୟୋଜନ କରିବା ରୁଷିଆର ଉଚିତ କାର୍ଯ୍ୟ ନୁହେଁ। ରୁଷିଆ କିଛି ଲୁଚାଉଛି କାରଣ ଯଦି ଏହା ପୃଥିବୀର କକ୍ଷପଥରେ ଆଣବିକ ଅସ୍ତ୍ର ନିୟୋଜନ କରିବ ନାହିଁ, ତେବେ ଆମେରିକାର ପ୍ରସ୍ତାବରେ କାହିଁକି ଭିଟୋ ଲଗାଉଛି?

Comments are closed.