ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ:ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି, ସରକାର ମଣିପୁର ହିଂସା ପ୍ରସଙ୍ଗରେ ସଂସଦରେ ଆଲୋଚନା ପାଇଁ ରାଜି ଅଛନ୍ତି କିନ୍ତୁ ବିରୋଧୀମାନେ ଆଲୋଚନା ପାଇଁ ଅନୁମତି ଦେଉନାହାନ୍ତି। ସେମାନେ ମଣିପୁର ଲୋକଙ୍କଠାରୁ କ’ଣ ଶୁଣିଛନ୍ତି ତାହା ଆମେ ଶୁଣିବାକୁ ଚାହୁ। ସଂସଦରେ ଏହି ପ୍ରସଙ୍ଗରେ କହିବାପାଇଁ ସେମାନଙ୍କୁ କିଏ ଅଟକାଇଛି। ସେମାନେ ମଣିପୁର ପ୍ରସଙ୍ଗରେ ଆଲୋଚନା ଚାହୁଛନ୍ତି।

ଯଦି ସେମାନେ ମଣିପୁର ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିବା ସାଧାରଣ ହୋଇଥାନ୍ତା ତେବେ ସେମାନେ ସଂସଦରେ ଆଲୋଚନା ପାଇଁ ଅନୁମତି ଦେଇଥାନ୍ତେ। କିନ୍ତୁ ସେମାନେ କେବଳ ମଣିପୁର ମଣିପୁର ସ୍ଲୋଗାନ ଦେଇ ସଂସଦର କାର୍ୟ୍ୟରେ ବାଧା ସୃଷ୍ଟି କରୁଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବିରୋଧୀ ସାଂସଦମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ପ୍ରଥମେ ସେମାନେ କହିଲେ ଆମେ ମଣିପୁର ପ୍ରସଙ୍ଗରେ ଆଲୋଚନା ଚାହୁ। କିନ୍ତୁ ସରକାର ଆଲୋଚନା ପାଇଁ ରାଜିହେବାପରେ ସେମାନେ ଆଲୋଚନା ଚାହୁନାହାନାନ୍ତି।

Comments are closed.