ଭୋଜପୁରୀ ସୁପରଷ୍ଟାର ପବନ ସିଂହଙ୍କୁ ବାହାର ରାସ୍ତା ଦେଖାଇଛି ଦଳ

ଭୋଜପୁରୀ ସୁପରଷ୍ଟାର ପବନ ସିଂହଙ୍କୁ ବାହାର ରାସ୍ତା ଦେଖାଇଛି ଦଳ। ଦଳରେ ଥାଇ ବି ସ୍ୱାଧୀନ ଭାବେ ମଇଦାନକୁ ଓହ୍ଲାଇଥିବାରୁ ଦଳ ତାଙ୍କୁ ବିଦା କରିଛି। ଦଳ ବିରୋଧୀ କାର୍ଯ୍ୟ ନିମନ୍ତେ ଦଳରୁ ବହିଷ୍କୃତ ହୋଇଛନ୍ତି ସିଙ୍ଗର ତଥା ଅଭିନେତା ପବନ ସିଂହ ।

ବିହାରର ବିଜେପି ପ୍ରଭାରୀ ସମ୍ରାଟ ଚୌଧୁରୀଙ୍କ ଆଦେଶ ଅନୁଯାୟୀ ତାଙ୍କୁ ଦଳରୁ ବାହର କରି ଦିଆଯାଇଛି। ପବନ ସିଂହ ଚଳିତ ନିର୍ବାଚନରେ NDA ପ୍ରାର୍ଥୀଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଛନ୍ତି। ତାଙ୍କର ଏହି କାର୍ଯ୍ୟ ଦଳ ବିରୋଧୀ ହୋଇଥିବା ବେଳେ ଅନୁଶାସନବିହୀନ ବୋଲି କୁହାଯାଇଛି। ପବନ ସିଂହଙ୍କ ଏପରି କାର୍ଯ୍ୟ ଯୋଗୁ ଦଳର ଛବି ମଳିନ ପଡ଼ିଛି।

Comments are closed.