ବାତ୍ୟା ଉଜାଡି ଦେଲା ଚାଷୀଙ୍କ କ୍ଷେତ

ଭୁବନେଶ୍ବର: ଆନ୍ଧ୍ର ଓ ତାମିଲନାଡ଼ୁରେ ତାଣ୍ଡବ ରଚିଲା, ଓଡ଼ିଶାର ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଲା । ବାତ୍ୟା ମିଗଜୋମ୍ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷାରେ ବ୍ୟାପକ ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି ।
ରାୟଗଡା ଜିଲ୍ଲାରେ ଲଗାଣ ବର୍ଷାରେ ଧାନ ସହିତ କପା, ମାଣ୍ଡିଆ ଆଦି ଫସଲ ନଷ୍ଟ ହୋଇଛି । ଶହଶହ ହେକ୍ଟର ଜମିରେ ଅଦିନିଆ ବର୍ଷା ଫସଲ ଉଜାଡ଼ିଦେଇଛି । ଜମିରେ ଅମଳ ଉପଯୋଗୀ ଧାନ ପାଣିରେ ବୁଡ଼ିଥିବାବେଳେ କପା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଫଳରେ ଧାରକରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି । ତୁରନ୍ତ କ୍ଷୟକ୍ଷତିର ଆକଳନ ପାଇଁ ଏସଆରସି ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷା ଛାଡ଼ିବା ମାତ୍ରେ ତହସିଲଦାର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ ରିପୋର୍ଟ ପ୍ରଦାନ କରିବେ ବୋଲି ରାୟଗଡ଼ା ଜିଲ୍ଲା କୃଷି ଅଧିକାରୀ ସୂଚନା ଦେଇଛନ୍ତି ।

କୋରାପୁଟରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁ ପାହାଡ଼ରୁ ଧସିଛି ମାଟି ଅତଡ଼ା । ନାରାୟଣପାଟଣା ତଳଗୁମାଣ୍ଡି ରାସ୍ତାର ବୋରିପୁଟ ନିକଟରେ ପାହାଡ଼ରୁ ମାଟି ଓ ପଥର ଧସି ରାସ୍ତାରେ ପଡ଼ିଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାବେଳେ ଉଭୟ ପାର୍ଶ୍ବରେ ଗାଡ଼ିମୋଟର ଅଟକି ରହିଛି । ପ୍ରବଳ ବର୍ଷା ଯୋଗୁ ଗତକାଲି ରାତିରୁ ଏଭଳି ସ୍ଥିତି ଜାରି ରହିଛି । ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ପହଞ୍ଚି ରାସ୍ତାରୁ ମାଟି ଓ ପଥର ହଟାଇଛି ଏହି

Comments are closed.