ଚାଷୀ ଆନ୍ଦୋଳନର ସ୍ଥିତି ଅଣାୟତ୍ତ

ବିଭିନ୍ନ ଦାବି ନେଇ ଆଜିଠୁ ଆରମ୍ଭ ହୋଇଛି ଚାଷୀ ଆନ୍ଦୋଳନ ୨.୦। ପଞ୍ଜାବ ଓ ହରିଆଣାର ବିଭିନ୍ନ ଚାଷୀ ସଙ୍ଗଠନ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି। ଏହାରି ଭିତରେ ପଞ୍ଜାବ-ହରିଆଣାର ଶମ୍ଭୁ ସୀମାରେ ସ୍ଥିତି ଅଣାୟତ ହୋଇଛି। ପୁଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛି। ସିମେଣ୍ଟ ବ୍ୟାରିକେଡ୍‌ ଭାଙ୍ଗିଛନ୍ତି କୃଷକ। ଏଥିସହ ପୁଲିସ ଉପରକୁ ପଥରମାଡ଼ ମଧ୍ୟ କରିଛନ୍ତି। ଫଳରେ ପୁଲିସ ଡ୍ରୋନ ସହାୟତାରେ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରିବା ସହ ପାଣି ମାଡ଼ କରିଛି। ଏହା ଦ୍ୱାରା ସ୍ଥିତି ଆହୁରି ବିଗିଡି ଯାଇଛି।

ସେପଟେ କୃକଷମାନେ ପୁଲିସର ଲୁହାବୁହା ଗ୍ୟାସରୁ ବର୍ତ୍ତିବା ପାଇଁ ଉପାୟ ଖୋଜି ବାହାର କିରଛନ୍ତି। ଟ୍ରାକ୍ଟର ଚଳାଥିବା କୃଷକମାନେ ମୁହଁରେ ଗ୍ୟାସ୍‌ ମାସ୍କ ଲଗାଇଛନ୍ତି। ପୁଲିସ ଶତାଧିକ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି। କୃଷକମାନଙ୍କ ଆନ୍ଦୋଳନକୁ ରୋକିବା ପାଇଁ ପୁଲିସ୍‌ ଚେଷ୍ଟା ଜାରି ରଖିଛି। ବିରୋଧ କରିବା ଆମ ଗଣତାନ୍ତ୍ରିକ ଅଧିକାର ବୋଲି କୃଷକମାନେ କହିଛନ୍ତି।

ସୂଚନାନୁସାରେ, ଯେତେବେଳେ କୃଷକମାନେ ଶମ୍ଭୁ ସୀମାରେ ପହଞ୍ଚି ବ୍ୟାରିକେଡକୁ ଘଟଣାସ୍ଥଳରୁ ଉଠାଇ ନେଇଥିଲେ ସେତେବେଳେ ପୁଲିସ ଏହାର ପ୍ରତିରୋଧ କରିଥିଲା। ଏହାପୂର୍ବରୁ କୃଷକମାନେ ଅମ୍ବାଲାର ଶମ୍ଭୁ ସୀମାରେ ପହଞ୍ଚିଥିଲେ। ଟ୍ରାକ୍ଟର ଟ୍ରଲିର କନଭେ ସୀମା ପୂର୍ବରୁ ଏଠାରେ ଅଟକି ରହିଥିଲା।

Comments are closed.