ରାଜ୍ୟସ୍ତରୀୟ ପାଇକ ଗୁରୁ ସମ୍ମାନ ଉତ୍ସବ ଅନୁଷ୍ଠିତ

ଜଟଣୀ (ସଞ୍ଜୀବ କୁମାର) : ଖୋର୍ଦ୍ଧା ଜିଲ୍ଲା ଜଟଣୀ କୁମାରଖାତିଆ ଗ୍ରାମଠାରେ ରାଜ୍ୟସ୍ତରୀୟ ପୂଜ୍ୟପୂଜା ଗୁରୁ ସଂମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ନିଖିଳ ଓଡ଼ିଆ ପାଇକ ମହାସଂଘ ଏବଂ ଖଣ୍ଡାୟତ କ୍ଷେତ୍ରୀୟ କଳ୍କୀ ସେନା ଓଡିଶା ସହାୟତରେ ମା ଖୁଣ୍ଡୁଆଳ ପାଇକ ସଙ୍ଘ କୁମାରଖାତିଆ ଜଟଣୀ ଦ୍ୱାରା ଉକ୍ତ ଉତ୍ସବ ଆୟୋଜିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭାଜପା ନେତା ବିଶ୍ୱରଂଜନ ବଡ଼ଜେନା, ବିଜେଡି ଜିଲ୍ଲା ସଭାପତି ବିଭୁତି ଭୂଷଣ ବଲବନ୍ତରାୟ ଏବଂ ରଞ୍ଜନ ମଙ୍ଗରାଜ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଲଢୁଆ ବୀର ପାଇକମାନଙ୍କ ଉପରେ ନିଜ ନିଜ ବକ୍ତବ୍ୟରେ ଓଡିଶା ଓ ଭାରତ ଇତିହାସରେ ବୀର ପାଇକଙ୍କ ବୀରତ୍ୱ ପାଇଁ ଗର୍ବିତ ବୋଲି କହିଥିଲେ | ଗର୍ବ ଓ ଗୌରବର ପ୍ରତୀକ ଆମ ପାଇକମାନଙ୍କ ସଂମ୍ମାନର୍ଥେ ଆୟୋଜିତ କାର୍ଯ୍ୟକ୍ରମ ବେଶ ଉଚ୍ଚକୋଟିର ଓ ଏଥିପାଇଁ ସମସ୍ତ ଆୟୋଜକ ସଦସ୍ୟ ପ୍ରଶଂସାର ପତ୍ର ବୋଲି କହିଥିଲେ | ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ଅଂଚଳରୁ 8 ଗୋଟି ପାଇକ ଦଳ ଭଗନେଇଥିବା ବେଳେ 24ଜଣ ପାଇକ ଗୁରୁଙ୍କୁ ପୂଜ୍ୟପୂଜା ସମ୍ମାନରେ ସମ୍ମାନିତ କରାଯାଇଥିଲା | ସମସ୍ତ କାର୍ଯ୍ୟକ୍ରମକୁ ମା ଖୁଣ୍ଡୁଳା ପାଇକ ସଂଘର ଗୁରୁ କାଶୀନାଥ ନାୟକ, ହିଜେନ୍ଦ୍ର ସୁନ୍ଦରାୟ, ପରମାନନ୍ଦ ପାଟଶାଣି, ମନୋରଞ୍ଜନ ହରିଚନ୍ଦନ, ରାକେଶ ପାଟଶାଣି, ରାଘବ ପାଇକରାୟ, ସଂକେତ ପାଟଶାଣୀ ଓ ଦେବାଶିଷ ହରିଚନ୍ଦନ ପ୍ରମୁଖ ସହଯୋଗ କରିଥିବାବେଳେ,ଆମନ୍ତ୍ରିତ ପାଇକ ଦଳ ଓଡ଼ିଆ ପାଇକ ପୁଅଙ୍କ ସମରକଳା ଓ ବିଭିନ୍ନ ଚିତାକର୍ଷକ ପାଇକ ଆଖେଡା ପ୍ରଦର୍ଶନ କରିଥିଲେ |

Comments are closed.