ଦଶହରା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ରାଜ୍ୟସରକାରଙ୍କ ଭେଟି

ଭୁବନେଶ୍ବର: ଦଶହରା ପୂର୍ବରୁ ରାଜ୍ୟ ସରକାରଙ୍କ ୪ ଲକ୍ଷ ୫୦ ହଜାର ସରକାରୀ କର୍ମଚାରୀ ବଡ଼ ଉପହାର ପାଇଛନ୍ତି । କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ଚାରି ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି । ଭତ୍ତା ବୃଦ୍ଧି ପରେ କର୍ମଚାରୀଙ୍କ ଡିଏ ୪୨ ରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇଛି ।

ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ ହେବ ବର୍ଦ୍ଧିତ DA । ଏହାର ଅର୍ଥ ହେଉଛି ନଭେମ୍ବରରେ ବର୍ଦ୍ଧିତ ଦରମା ସହିତ କେନ୍ଦ୍ରୀୟ କର୍ମଚାରୀମାନେ ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ଚାରିମାସ ବକେୟା ଟଙ୍କା ପାଇବେ। ପେନସନଭୋଗୀଙ୍କୁ ମଧ୍ୟ ମିଳିବ ଡିୟରନେସ୍ ରିଲିଫ । ଉପକୃତ ହେବେ ୩ ଲକ୍ଷ ୫୦ ହଜାର ପେନସନଭୋଗୀ ।

Comments are closed.