ଆସୁଛି ତରଙ୍ଗର ବିଛା ଗ୍ୟାଙ୍ଗ

ନିର୍ଦେଶକ ସଞ୍ଜୟ ନାୟକ ସର୍ବଦା କିଛି ନୂଆ ଦେଖାଇବାକୁ ଚେଷ୍ଟା କରି ଆସିଛନ୍ତି । ତାଙ୍କର ପ୍ରତିଟି ଚିତ୍ରରେ ଥାଏ ଚମତ୍କାରିତା ଏହି କ୍ରମରେ ତରଙ୍ଗର ନୂଆ ଚଳଚିତ୍ର ବିଛା ଗ୍ୟାଙ୍ଗକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି ।

ପୂର୍ବରୁ ତରଙ୍ଗ ପାଇଁ ମୂଷା ମୋର ରଜନୀକାନ୍ତ’ ନିର୍ମାଣ କରିଥିବା ସଞ୍ଜୟ ଏଥର ସତ ସତିକା ବିଛାକୁ ନେଇ କାହାଣୀରେ ଜବରଦସ୍ତ ସଫଳତା ପାଇବା ନିମନ୍ତେ ଆଶାବାଦୀ ଅଛନ୍ତି । ସୁଟିଂ ପରେ ଏହି ଚିତ୍ରର ସଂପାଦନା ଚାଲୁରହିଛି । ଏହି ଚଳଚ୍ଚିତ୍ରର ମୁଖ୍ୟ କାର୍ଯ୍ୟକାରୀ ଓ ପ୍ରଯୋଜକ ସହ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି । ଦେବୀଦତ୍ତମହାନ୍ତି କ୍ରିଏଟିଭର ମୁଖ୍ୟ ରଞ୍ଜନ ସତପଥୀ ଥିଲାବେଳେ କାର୍ଯ୍ୟକାରୀ ପ୍ରଯୋଜନା କରିଛନ୍ତି ତ୍ରିଭୁବନ ପଣ୍ଡା ।

ସ୍ୱର ସଂଯୋଜନାରେ ବୈଦ୍ୟନାଥ ଥିବାବେଳେ ବିଭିନ୍ନ ଭୂମିକାରେ ଦୀପିକ, ଆର୍ଲିନ ଅଙ୍କିତା, ପିଣ୍ଟୁନନ୍ଦ, ପୁଷ୍ପାପଣ୍ଡା, ପ୍ରଦୀପ ଦେବତା, କେକେ, କାଳୀ, ଦେବ, ଚୌଧୁରୀ ଜୟପ୍ରକାଶ ଦାସ, ବିଜୁ ବଡ଼ଜେନା, ଡ଼.ସୋନମ ସ୍ୱାଇଁ ପ୍ରମୁଖ ଅଭିନୟ କରିଛନ୍ତି ।

Comments are closed.