ଯୁବ ସାଂସଦ ମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦ ବାହାରେ ସାମ୍ବାଦିକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି, ଗୃହରେ ବାଧାବିଘ୍ନ ହେଲେ ଯୁବ ସାଂସଦମାନେ ହତୋତ୍ସାହ ହୋଇପଡ଼ନ୍ତି। ଗୋଳମାଳ ହେଲେ ଆମେ ସୁଯୋଗ ପାଇବାରୁ ବଞ୍ଚିତ ହୁଅନ୍ତି। ତେଣୁ, ଗୃହ ଚାଲିବା ହେଉଛି ଗୁରୁତ୍ବପୂର୍ଣ୍ଣ କଥା। ଉଜ୍ଜ୍ବଳ ଭବିଷ୍ୟତ ନିମନ୍ତେ ଯୁବ ସାଂସଦମାନଙ୍କୁ ବିତର୍କରେ ଅଂଶ ଗ୍ରହଣ କରିବା ଲାଗି ସମସ୍ତ ଦଳ ସୁଯୋଗ ଦେବା ଉଚିତ ବୋଲି ସେ କହିଛନ୍ତି।

ସ‌େ ଆହୁରି ମଧ୍ୟ କହିଛନ୍ତି, ଗୃହ ଚାଲିବା ଉଚିତ ବୋଲି ବିରୋଧୀମାନେ ମଧ୍ୟ ଚାହାଁନ୍ତି। ମୋର ଆଶା, ସବୁ ଦଳର ‘ଫ୍ଲୋର୍‌ ଲିଡର୍‌’ମାନେ ଯୁବ ସାଂସଦମାନଙ୍କର ଦୁଃଖ ବୁଝିବେ। ଏହି ଅଧିବେଶନକୁ ଫଳପ୍ରଦ କରିବା ଲାଗି ସମସ୍ତ ଦଳ ଓ ସାଂସଦମାନଙ୍କୁ ମୋର ନିବେଦନ।

ଏହାଛଡ଼ା, ଭାରତର ‘ଜି୨୦’ ନେତୃତ୍ବ ବିଷୟରେ କହିବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏଇଟା ସାମାନ୍ୟ କୂଟନୈତିକ କାର୍ଯ୍ୟକ୍ରମ ନୁହେଁ, ଦେଶର ସାମର୍ଥ୍ୟ ପ୍ରତିପାଦନ କରିବାର ପାଇଁ ଗୋଟାଏ ସୁଯୋଗ।

Comments are closed.