ବଜେଟକୁ ନେଇ ଏମିତି କହିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କଣ କହିଲେ
ନୂଆଦିଲ୍ଲୀ : ଆଜି ସଂସଦରେ ଉପସ୍ଥାପନ ହୋଇଛି ୨୦୨୩-୨୪ ବର୍ଷର ସାଧାରଣ ବଜେଟ୍। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପଞ୍ଚମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ତେବେ ଏହି ସାଧାରଣ ବଜେଟ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ବଜେଟ୍ ସମସ୍ତଙ୍କ ସ୍ୱପ୍ନ ପୂରଣ କରିବ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ଅମୃତକାଳର ଏହା ହେଉଛି ପ୍ରଥମ ବଜେଟ। ଏହା ବିକଶିତ ଭାରତର ନିର୍ମାଣରେ ଏକ ମଜବୁତ ନିଅଁ ରଖିବ। ଏହି ବଜେଟ ଗରିବ, ଚାଷୀ, ମଧ୍ୟମବର୍ଗ, ପଛୁଆ ବର୍ଗ ଏବଂ କୃଷକଙ୍କ ସହିତ ସମସ୍ତ ସ୍ୱପ୍ନକୁ ପୂରା କରିବ। ବଜେଟରେ ସବୁ ବର୍ଗଙ୍କ ପାଇଁ ଅନେକ ପ୍ରୋତ୍ସାହନ ଯୋଜନା ରହିଛି। ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସର୍ବାଙ୍ଗିନ ବିକାଶ କରିବ ବଜେଟ। ସଞ୍ଚୟ ଯୋଜନା ସାଧାରଣ ମହିଳାଙ୍କୁ ବଡ଼ ଶକ୍ତି ଦେବ। ଭିତ୍ତିଭୂମି ଉପରେ ବଡ଼ ନିବେଶ ବ୍ୟବସ୍ଥା ଯୁବବର୍ଗଙ୍କୁ ରୋଜଗାର ଦେବ ବୋଲି ମୋଦି କହିଛନ୍ତି।
Comments are closed.