ନୀରଜଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୮: ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ସେ ଦ୍ୱିତୀୟ ରାଉଣ୍ଡରେ ୮୮.୧୭ ମିଟର ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହା ସହ ସେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇପାରିଛନ୍ତି। ଏହି ସଫଳତା ଉପରେ ନୀରଜ ଚୋପ୍ରାଙ୍କ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଅଭିନନ୍ଦନ ଜଣାଇ ‘ଏକ୍ସ’ (ପୂର୍ବରୁ ଟୁଇଟର) ରେ ଲେଖିଛନ୍ତି, ପ୍ରତିଭାବାନ୍‌ ନୀରଜ ଚୋପ୍ରା ଉତ୍କର୍ଷତାର ଉଦାହରଣ। ତାଙ୍କର ନିଷ୍ଠା, ସଠିକତା ଏବଂ ଉତ୍ସାହ ତାଙ୍କୁ କେବଳ ଆଥଲେଟିକ୍ସରେ ଚାମ୍ପିଅନ ନୁହେଁ ବରଂ ସମଗ୍ର କ୍ରୀଡା ଜଗତରେ ଅଦୃଶ୍ୟ ଉତ୍କର୍ଷର ପ୍ରତୀକ କରିଥାଏ। ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ବର୍ଣ୍ଣ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ।

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୩ରେ ପୁରୁଷ ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଥିବାରୁ ଭାରତୀୟ ସେନା ସୁବେଦାର ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନୀରଜ ଚୋପ୍ରାଙ୍କୁ ସୁବେଦାର ଭାବରେ ସେନାରେ ପୋଷ୍ଟ କରାଯାଇଛି।

ଭାରତୀୟ ସେନା ‘ଏକ୍ସ’ରେ ଲେଖିଛନ୍ତି, ନୀରଜ ଚୋପ୍ରା ପୁଣି ଥରେ ଆମକୁ ଗର୍ବିତ କରିଛନ୍ତି। ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୩ରେ ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଥିବାରୁ ଭାରତୀୟ ସେନା ସୁବେଦାର ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.