ଭୁବନେଶ୍ୱର: ଅପରାଧର ଖୋଲା ମହଲ ସାଜିଛି ସ୍ମାର୍ଟ ସିଟି ଭୁବନେଶ୍ୱର । ଏଥିରୁ ବର୍ତ୍ତିପାରୁନାହାନ୍ତି ନିରୀହ ଜୀବଜନ୍ତୁ । ଚେର ଏତେ ବାଟ ଲମ୍ବିଛି ଯାହାର ଟେର ପାଇବା କଷ୍ଟକର ପାଠ ହୋଇପଡ଼ିଛି ବନବିଭାଗ ପାଇଁ । ସେହିପରି ଆଜି ଦିନ ଦ୍ୱିପ୍ରହରରେ ସ୍ମାର୍ଟ ସିଟି ଭୁବନେଶ୍ୱରରେ ଘଟିଛି ଏଭଳି ଏକ କାରନାମା ।
ସୂଚନା ଅନୁସାରେ, ବାଣୀବିହାର ସ୍ଥିତ ମୁଖାର୍ଜୀ ପାର୍କ ସମ୍ମୁଖରେ ଚାଲିଥିଲା ଗୋଟିଏ ଜୀବନ୍ତ ବହୁରୂପୀ ଏଣ୍ଡୁଅର ବେପାର ।କୌଣସି ସୂତ୍ରରୁ ପ୍ରକାଶ ପାଇ ଡ଼ିଲ ହେଉଥିବା ବେଳେ ଚଢ଼ାଉ କରିଥିଲା ସିଟି ଫରେଷ୍ଟ ଡ଼ିଭିଜନ । ବେପାରି ଗୋଟିଏ ଜୀବନ୍ତ ବହୁରୂପୀ ଏଣ୍ଡୁଅକୁ ଦେଢ଼ଲକ୍ଷ ଟଙ୍କା ଦେଣନେଣ କରୁଥିବା ସମୟରେ ଜବତ କରିଥିଲା ବନବିଭାଗ । ଅଭିଯୁକ୍ତ ଦୁଇଜଣଙ୍କୁ ପଚରା ଉଚରା ପାଇଁ ଭୁବନେଶ୍ୱର ରେଞ୍ଜ ଅଫିସକୁ ନିଆଯାଇଥିବା ଜଣାପଡ଼ିଛି ।
ଏହି ଚଢ଼ାଉରେ ସିଟି ଡ଼ିଏଫଓ ଅଜିତ କୁମାର ସତପଥୀ, ଏସିଏଫ ଅନନ୍ତ କୁମାର ପ୍ରଧାନ, ଭୁବନେଶ୍ୱର ରେଞ୍ଜ ଅଫିସର ସାମିଲ ଥିଲେ ।
Comments are closed.