ସଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ, ଇଜିପ୍ଟ ରାଷ୍ଟ୍ରପତି ଦେବେ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଜାନୁଆରି ୨୬ରେ ଭାରତୀୟ ସେନା କେବଳ ଭାରତ-ନିର୍ମତ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିବ ବୋଲି ସେନା ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଭାରତ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପକୁ ଜନାଦୃତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଭାରତ ଏ ବର୍ଷ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି। ସାଧାରଣତନ୍ତ୍ର ଦିବସ ପରେଡ୍‌ର ଅଂଶ ସ୍ବରୂପ ଏବର୍ଷ ଯେଉଁସବୁ ସ୍ବଦେଶ-ନିର୍ମିତ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯିବ, ସେଗୁଡ଼ିକ ମଧ୍ୟରେ ରହିଛି ଆକାଶ ଏୟାର ଡିଫେନ୍ସ ମିସାଇଲ, କେ-୯ ବଜ୍ର ହଇଜର, ଏମ୍‌ବିଟି ଅର୍ଜୁନ, ବ୍ରହ୍ମୋସ୍ ସୁପର୍‌ସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର, ନାଗ ଟ୍ୟାଙ୍କ-ବିଧ୍ବଂସୀ ଗାଇଡେଡ୍‌ କ୍ଷେପଣାସ୍ତ୍ର, କ୍ବିକ୍ ରିଆକ୍ସନ ଫାଇଟିଂ ଭେହିକ୍‌ଲ ଇତ୍ୟାଦି।

ଏହାଛଡ଼ା ଆହୁରି ଅନେକ ସ୍ବଦେଶ-ନିର୍ମିତ ଅସ୍ତ୍ରଶସ୍ତ୍ର ପ୍ରଦର୍ଶିତ ହେବ ବୋଲି ମେଜର ଜେନେରାଲ ଭବନୀଶ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏ ବର୍ଷ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେଉଛନ୍ତି ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତାହ ଅଲସିସି। ଆଜି ଅଲ୍‌ସିସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହିତ ୫ ଜଣ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଆସିଛନ୍ତି। ଜାନୁଆରି ୨୭ ପର୍ଯ୍ୟନ୍ତ ଇଜିପ୍ଟ ରାଷ୍ଟ୍ରପତି ଭାରତରେ ରହିବେ।

Comments are closed.