ରକ୍ଷାବନ୍ଧନରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଉଦବେଗ ପ୍ରକାଶ କଲେ ରାଷ୍ଟ୍ରପତି । ମହିଳା ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବାକୁ ଆହ୍ୱାନ
ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଟୁଇଟ୍। ରକ୍ଷାବନ୍ଧନର ଅବସରରେ ସେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
ସେ କହିଛନ୍ତି, ଭାଇ ଓ ଭଉଣୀଙ୍କ ମଧ୍ୟରେ ପ୍ରେମ ଓ ପାରସ୍ପରିକ ବିଶ୍ୱାସର ଭାବନା ଉପରେ ଆଧାରିତ । ଏହିପର୍ବ ସମସ୍ତ ଭଉଣୀ ଓ ଝିଅଙ୍କ ପ୍ରତି ସ୍ନେହ ଓ ସମ୍ମାନର ଭାବନାକୁ ପ୍ରକାଶ କରିଥାଏ। ଏହାପରେ ରାଷ୍ଟ୍ରପତି କହିଛନ୍ତି, ସମସ୍ତ ଦେଶବାସୀ ଆମ ସମାଜରେ ମହିଳାଙ୍କ ସୁରକ୍ଷା ଏବଂ ସମ୍ମାନ ସୁନିଶ୍ଚିତ କରିବା ପାଇଁ ସଂକଳ୍ପ ନେବା ଆବଶ୍ୟକ।
Comments are closed.