ସୌରିନଙ୍କୁ ଗିରଫ କରିବାକୁ କୋଲକାତା ଗଲା ପୋଲିସ

ଭୁବନେଶ୍ୱର :ବଲିଉଡ୍‌ କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟଙ୍କ ଅଡୁଆ ବଢ଼ିଲା। ତାଙ୍କୁ ଗିରଫ କରିବା ପାଇଁ କୋଲକାତା ଗଲା କମିଶନରେଟ୍‌ ପୁଲିସ୍‌। ପ୍ରାଥମିକ ତଦନ୍ତରୁ ତାଙ୍କ ବିରୋଧରେ ପ୍ରମାଣ ମିଳିଛି। କିଛି ଦିନ ତଳେ ସୌରିନଙ୍କ ବିରୋଧରେ ଜଣେ ଯୁବତୀ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରିଥିଲା। ହେଲେ ତା’ ପରଠାରୁ ସୌରିନ୍‌ଙ୍କ ପତ୍ତା ମିଳିନଥିଲା।

ପୁଲିସ୍‌ର କହିବା ଅନୁସାରେ ପୀଡ଼ିତାଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି। ଅଭିଯୋଗ ପରେ ଥାନାରେ ହାଜର ହେବା ପାଇଁ ଗଣମାଧ୍ୟମ ଓ ତାଙ୍କର ଫୋନ୍‌ରେ ଯୋଗାଯୋଗ କରାଯାଇଥିଲା। ହେଲେ ତାଙ୍କର ଦୁଇଟି ଯାକ ମୋବାଇଲ୍‌ ବନ୍ଦ ରହିଥିଲା। ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଥିବାରୁ ସେ (ସୌରିନ୍‌) ସବୁକିଛି ଜାଣିଛନ୍ତି। ଚାହିଁଥିଲେ ସେ ଥାନାରେ ହାଜର ହୋଇ ନିଜର ପକ୍ଷ ରଖିପାରିଥାଆନ୍ତେ। ହେଲେ ସେ ତାହା କଲେ ନାହିଁ। ତେଣୁ ତାଙ୍କ ବିରୋଧରେ ପ୍ରମାଣ ମିଳିଥିବାରୁ ଗିରଫ କରିବା ପାଇଁ ପୁଲିସ୍‌ ରାଜ୍ୟ ବାହାରକୁ ଯାଇଛି।

କମିଶନରେଟ୍‌ ପୁଲିସ୍‌ ଆହୁରି ମଧ୍ୟ କହିଛି, ସେ (ସୌରିନ୍‌) କଟକ ସିଡିଏରେ ଘୋଟିଏ ଘର ଭଡ଼ାରେ ନେଇଥିଲେ। ଏବେ ମଧ୍ୟ ତାଙ୍କ ନାଁରେ ଘର ଭଡ଼ା ରହିଛି। ସେ ଯେତେବେଳେ କୋଲକାତାରୁ ଆସୁଥିଲେ, ସେହି ଘରେ ରହୁଥିଲେ। ସେହି ଘରକୁ ପୀଡ଼ିତା ଯାଇଥିବା ଏଫ୍‌ଆଇଆର୍‌ରେ କହିଥିଲେ। ବର୍ତ୍ତମାନ ସେହି ଘର ଉପରେ ମଧ୍ୟ ନଜର ରଖାଯାଇଥିବା ପୁଲିସ୍‌ କହିଛି।

ଅଭିଯୋଗରୁ ପ୍ରକାଶ, ମୁମ୍ୱାଇରେ ବ୍ୟାଙ୍କର ଭାବେ କାମ କରୁଥିବା ଜଣେ ଯୁବତୀଙ୍କର କଳା ପ୍ରତି ଅହେତୁକ ରୁଚି ଥିଲା। ନିଜ ଚାକିରି ଜୀବନରୁ ଫୁରସତ୍‌ ମିଲିଲେ ଷ୍ଟେଜ୍‌କୁ ଚାଲି ଯାଉଥିଲେ। ଆଉ ମାଇକ୍ରୋ ଫୋନ୍‌ ଧରି ଗୀତ ଗାଉଥିଲେ। ୨୦୧୫ ମସିହାରେ ସେ ବଲିଉଡ୍‌ର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ସସ୍ପର୍ଶରେ ଆସିଥିଲେ। ପରବର୍ତ୍ତୀ ସମୟରେ ଉଭୟ ମିଶି ବହୁ ଷ୍ଟେଜ୍‌ ଶୋ’ କରିଥିଲେ।

Comments are closed.